ଓଡିଶା

odisha

ETV Bharat / state

ସଚେତନ ମହିଳାଙ୍କ ନିଆରା ସନ୍ଦେଶ, ‘ସମାଜ ଧର୍ମଠୁ ସର୍ବାଗ୍ରେ ମାନବ ଧର୍ମ’ - ଅନ୍ତର୍ଜାତୀୟ ମହିଳା ଦିବସ

ଅନ୍ତର୍ଜାତୀୟ ମହିଳା ଦିବସରେ ବରଗଡରେ ଅସହାୟ ଯୁବକର ମୃତଦେହକୁ କାନ୍ଧ ଦେଇ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ବରଗଡର ସଚେତନ ମହିଳା l ଅଧିକ ଖବର ପଢନ୍ତୁ...

Bargarh's women set example, bargarh latest news, international womens day, womens day, ମୁଁ ନାରୀ, ଅନ୍ତର୍ଜାତୀୟ ମହିଳା ଦିବସ, ମହିଳା ଦିବସ,
ସଚେତନ ମହିଳାଙ୍କ ନିଆରା ସନ୍ଦେଶ, ‘ସମାଜ ଧର୍ମଠୁ ସର୍ବାଗ୍ରେ ମାନବ ଧର୍ମ’

By

Published : Mar 9, 2020, 3:51 AM IST

ବରଗଡ: ଅନ୍ତର୍ଜାତୀୟ ମହିଳା ଦିବସରେ ବରଗଡରେ ଅସହାୟ ଯୁବକର ମୃତଦେହକୁ କାନ୍ଧ ଦେଇ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ବରଗଡର ସଚେତନ ମହିଳା l ମହିଳା ଦିବସରେ ବିଶ୍ବର ପ୍ରତିଟି କୋଣରେ ମହିଳାର ସମ୍ମାନ, ମର୍ଯ୍ୟାଦାକୁ ନେଇ ମହିଳା ଦିବସ ପାଳନ ହେଉଥିବା ବେଳେ ସ୍ଥାନୀୟ ଅମ୍ବାପାଲିଠାରେ ହିନ୍ଦୁ ଧର୍ମର ରୀତିନୀତିକୁ ଖାତିର ନକରି ମହିଳାମାନେ ନିଜେ ଶବକୁ କାନ୍ଧେଇ ଶବ ସତ୍କାର କରିଛନ୍ତି ଏବଂ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ସମାଜ ପାଇଁ ।

ସଚେତନ ମହିଳାଙ୍କ ନିଆରା ସନ୍ଦେଶ, ‘ସମାଜ ଧର୍ମଠୁ ସର୍ବାଗ୍ରେ ମାନବ ଧର୍ମ’

ଲକ୍ଷ୍ମଣ କୁଅଁର ନାମକ ବ୍ୟକ୍ତି ଗତ 2ତାରିଖରେ ସଡ଼କ ଦୁର୍ଘଟଣାର ଶିକାର ହୋଇ ବୁର୍ଲା ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ମାତ୍ର ରବିବାର ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ତେବେ ଲକ୍ଷ୍ମଣଙ୍କର ପରିବାରରେ ତାଙ୍କ ସ୍ତ୍ରୀ ସହିତ ଛୋଟ ଛୋଟ ଚାରୋଟି ଝିଅ ଥିବା ବେଳେ ଶବ ସତ୍କାର ପାଇଁ ଅସହାୟ ହୋଇ ପଡିଥିବା ଗରିବ ପରିବାରକୁ ସ୍ଥାନୀୟ ମହିଳାମାନେ ସାହାଯ୍ୟର ହାତ ବଢାଇବା ସହିତ ମହିଳାମାନେ ନିଜେ ମୃତଦେହକୁ ନିଜ କାନ୍ଧରେ ବୋହି ନେଇଥିଲେ ସତ୍କାର ପାଇଁ ।

ଅମ୍ବାପାଳି ଠାରୁ ସ୍ଥାନୀୟ ଜିରା ନଦୀସ୍ଥିତ ଶ୍ମଶାନ ଘାଟ ପର୍ଯ୍ୟନ୍ତ ସମସ୍ତ ମହିଳାମାନେ ମୃତଦେହକୁ ବୋହି ନେଇଥିଲେ ଏବଂ ଶବ ସତ୍କାର ପାଇଁ ନିଜ ହାତରେ କାଠ ସବୁ ସଜାଡି ଜୁଇ ପ୍ରସ୍ତୁତ କରିଥିଲେ । ମୃତ ଲକ୍ଷ୍ମଣଙ୍କର 15 ବର୍ଷର ବଡ ଝିଅ ନିଜେ ମୁଖାଗ୍ନି ଦେଇଥିଲେ । ହିନ୍ଦୁ ଧର୍ମର ରୀତି ନୀତି ହିସାବରେ ମହିଳାମାନଙ୍କୁ ଶ୍ମଶାନ ଘାଟକୁ ଯିବାକୁ ବାରଣ କରାଯାଇଥିବା ବେଳେ ବରଗଡର ମହିଳାମାନେ ପୁରୁଷ ଓ ମହିଳାମାନଙ୍କ ମଧ୍ୟରେ କୌଣସି ପ୍ରଭେଦ ନଥିବା ଓ ମହିଳା ସଶକ୍ତିକରଣକୁ ମହିଳା ଦିବସରେ ପ୍ରମାଣିତ କରିଦେଇଛନ୍ତି ।

ତେବେ ବିଶ୍ଵ ମହିଳା ଦିବସରେ ବରଗଡର କିଛି ସଚେତନ ମହିଳାମାନଙ୍କର ଏପରି ଅପରିକଳ୍ପିତ କାର୍ଯ୍ୟକୁ ଲୋକେ ପ୍ରଶଂସା କରିଥିବା ବେଳେ ଏହା ଆଜିର ସମାଜରେ ରହିଥିବା ପରମ୍ପରାକୁ ଏକ ନୂତନ ପରିବର୍ତ୍ତନର ଦିଗ ଦେଖାଇଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details