ବରଗଡ:ଅସ୍ବାସ୍ଥ୍ୟକର ପରିବେଶରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ଯୁଆଡେ ଦେଖିବେ କୁଢ କୁଢ ଗଦା ହୋଇଛି ଅଳିଆ ଆବର୍ଜନା । ଏପରିକି କୋଭିଡ଼ ବର୍ଜ୍ୟବସ୍ତୁ ମଧ୍ୟ ହସ୍ପିଟାଲ ପାଚେରୀ ବାହାରକୁ ଫୋପାଡ଼ି ଦିଆଯାଇଛି । ହସ୍ପିଟାଲର ବର୍ଜ୍ୟବସ୍ତୁ ପରିଚାଳନା ନେଇ ଉପରେ ସରକାରଙ୍କ କଡ଼ାକଡ଼ି ନିୟମ ରହିଥିଲେ ମଧ୍ୟ ସରକାରୀ ଡାକ୍ତରଖାନା ପରିସରରେ ଆବର୍ଜନା ଏଣେ ତେଣେ ଫିଙ୍ଗାଯାଇଛି । ଯାହା ଆଖପାଖ ଗ୍ରାମବାସୀଙ୍କ ପାଇଁ ସମସ୍ୟା ପାଲଟିଛି ।
ମୁଖ୍ୟ ଚିକିତ୍ସାଳୟରୁ ବାହାରୁଥିବା ଆବର୍ଜନା ସବୁକୁ ଏକ ନିର୍ଦ୍ଧିଷ୍ଟ ଜାଗାରେ ନଷ୍ଟ କରିବା କଥା । କାରଣ ତାହା ବିଭିନ୍ନ ରୋଗୀ ମାନଙ୍କ ସଂସ୍ପର୍ଶରେ ଆସିଥାଏ । ଏଣୁ ସାଧାରଣ ଲୋକଙ୍କ ପାଇଁ ବିପଦ ପୂର୍ଣ ହୋଇପାରେ । କିନ୍ତୁ ଏଠାରେ ଚିକିତ୍ସାଳୟ ପାଚେରୀ ବାହାରକୁ ସବୁ ଫିଙ୍ଗା ଯାଇଛି । ଏପରିକି ଦୂଷିତ ପାଣି ଚିକତ୍ସାଲୟ ନର୍ଦ୍ଦମାରୁ ବାହାରି ଚାଷଜମି ଓ ଗ୍ରାମର ମୁଖ୍ୟ ପୋଖରୀରେ ଯାଇ ମିଶୁଛି । ଯାହା ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି । ମେଡିକାଲରେ ଦୂଷିତ ଜଳ ପୋଖରୀରେ ମିଶିବା ଦ୍ବାରା ଗ୍ରାମବାସୀ ଏହାକୁ ବ୍ୟବହାର କରିପାରୁ ନାହାଁନ୍ତି ।