ଓଡିଶା

odisha

ETV Bharat / state

24 ଘଣ୍ଟା ପୋଲିସ ପଞ୍ଝାରେ ଦୁଇ ହତ୍ୟାକାରୀ, କମେଣ୍ଟମରାକୁ କେନ୍ଦ୍ର କରି ନେଇଥିଲେ ଜୀବନ - କମେଣ୍ଟମରାକୁ କେନ୍ଦ୍ର କରି ସାଙ୍ଗର ଜୀବନ ନେଲେ ସାଙ୍ଗ

24 ଘଣ୍ଟା ଭିତରେ ଧରାପଡ଼ିଲେ ଦୁଇ ହତ୍ୟାକାରୀ । ବରଗଡ଼ ଟାଉନ ଥାନା ପୋଲିସକୁ ମିଳିଲା ଆଉ ଏକ ସଫଳତା । ଅଧିକ ପଢ଼ନ୍ତୁ

24 ଘଣ୍ଟା ଭିତରେ ଧରାପଡ଼ିଲେ ଦୁଇ ହତ୍ୟାକାରୀ
24 ଘଣ୍ଟା ଭିତରେ ଧରାପଡ଼ିଲେ ଦୁଇ ହତ୍ୟାକାରୀ

By

Published : Jul 21, 2023, 9:51 PM IST

24 ଘଣ୍ଟା ଭିତରେ ଧରାପଡ଼ିଲେ ଦୁଇ ହତ୍ୟାକାରୀ

ବରଗଡ଼: ଟାଉନ ଥାନା ପୋଲିସକୁ ମିଳିଲା ସଫଳତା । 24 ଘଣ୍ଟା ନପୁରୁଣୁ ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତ ଦୁଇଜଣ ହତ୍ୟାକାରୀଙ୍କୁ ଗିରଫ କରିଛି ପୋଲିସ । କମେଣ୍ଟମରାକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ପୋଲିସ ସୂଚନା ଦେଇଛି । ଦୁଇ ସାଙ୍ଗ ମିଶି ଅନ୍ୟ ଜଣେ ସାଙ୍ଗକୁ ହତ୍ୟା କରିଥିଲେ । ତେବେ ଏହି ହତ୍ୟାକାଣ୍ଡ କିପରି ଘଟିଥିଲା ଦୁଇ ହତ୍ୟାକାରୀଙ୍କୁ ନେଇ ଟାଉନ ପୋଲିସ ପକ୍ଷରୁ ଆଜି ସିନ୍‌ ରିକ୍ରିଏସନ କରାଯାଇଛି । ପରେ ଉଭୟ ହତ୍ୟାକାରୀଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଅତିରିକ୍ତ ଏସ୍‌ପି ସୂଚନା ଦେଇଛନ୍ତି । ତେବେ ଉଭୟ ହତ୍ୟାକାରୀ ମୃତ ରାକେଶ ପ୍ରଧାନଙ୍କ ଦୁଇ ସାଙ୍ଗ ବଣ୍ଟି ଭୁଏ ଏବଂ କାର୍ତ୍ତିକ ବାଗ ବୋଲି ପୋଲିସ ସାମ୍ବାଦିକ ସମ୍ବିଳନୀ କରି ସୂଚନା ଦେଇଛି ।

ସୂଚନା ଅନୁସାରେ ଗତକାଲି(ଗୁରୁବାର) ବରଗଡ଼ ସହରର ସ୍ଥାନୀୟ କେଶବ ନଗର ୱାର୍ଡ ନମ୍ବର 1ର ଭୁରସୁଲ ବନ୍ଧ ନିକଟରେ ଏକ ମୃତଦେହ ପାଡ଼ିଥିବା ପୋଲିସକୁ ସୂଚନା ମିଳିଥିଲା । ଟାଉନ ଥାନାରେ ମୃତକ ରାକେଶ ପ୍ରଧାନଙ୍କ ମାଁ ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ନେଇ ଏତଲା ଦେଇଥିଲେ । ଏତଲାକୁ ଆଧାର କରି ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଥିଲା ।

ଅଧିକ ପଢ଼ନ୍ତୁ: Bargarh Murder: ବାହାରୁ ଟିକେ ଆସୁଛି କହି ଘରକୁ ଫେରିଲାନି ପୁଅ, ବାଲିଗଦାରୁ ମିଳିଲା ମୃତଦେହ

ଆଜି ଏହି ଘଟଣାରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଏହାକୁ ନେଇ ଅତିରିକ୍ତ ଏସପି ତପନ କୁମାର ମହାନ୍ତି କହିଛନ୍ତି, ‘‘କମେଣ୍ଟ ମାରିବା ଘଟଣାକୁ ନେଇ ଏପରି ହତ୍ୟାକାଣ୍ଡ କରାଯାଇଛି । 19 ବର୍ଷର ବଣ୍ଟି ଭୁଏ ଏବଂ କେଶବ ନଗର ପଡାର କାର୍ତ୍ତିକ ବାଗ ଉଭୟ ମିଶି ତାଙ୍କ ସାଙ୍ଗ ରାକେଶ ପ୍ରଧାନଙ୍କୁ ହତ୍ୟା କରିଥିବା ସ୍ଵୀକାର କରିଛି । କାର୍ତ୍ତିକ ବାଗଙ୍କ ପତ୍ନୀଙ୍କୁ ମୃତକ ରାକେଶ କମେଣ୍ଟ ମାରିଥିଲା । ଏହି ଘଟଣାକୁ କେନ୍ଦ୍ରକରି ଏହି ହତ୍ୟା କରାଯାଇଛି । କାର୍ତ୍ତିକ ବାଗଙ୍କ ପତ୍ନୀଙ୍କୁ ପୂର୍ବରୁ ମଧ୍ୟ ରାକେଶ କାମେଣ୍ଟ ମାରିଥିଲା । ଏହାକୁ ନେଇ କାର୍ତ୍ତିକ ଓ ରାକେଶ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ବାରମ୍ବାର ତାଗିଦ ସତ୍ତ୍ୱେ ରାକେଶ ତାର ପ୍ରବୃତିରୁ ନିବୃତ୍ତ ନହେବାରୁ ରାତିରେ ଉଭୟ ସାଙ୍ଗ ବଣ୍ଟି ଓ କାର୍ତ୍ତିକ ରାକେଶକୁ ଡାକି ହତ୍ୟା କରିଥିବା ନେଇ ଉଭୟ ସ୍ଵୀକାର କରିଛନ୍ତି । ଏହି ଘଟଣାରେ ସମ୍ପୃକ୍ତ ଥିବା ଦୁଇଜଣ ହତ୍ୟାକାରୀକୁ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର ଏବଂ 4 ଗୋଟି ମୋବାଇଲ ଫୋନକୁ ଜବତ କରାଯାଇଛି ।’’

ଇଟିଭି ଭାରତ, ବରଗଡ

ABOUT THE AUTHOR

...view details