ବରଗଡ: ଅଣ୍ଟା ସଳଖି ଛିଡା ହେଉଥିବାବେଳେ କୋରୋନା ମାଡ। ପୂର୍ବରୁ ଦରମା ମିଳୁନଥିଲା ଆଉ ଏବେ ଯେଉଁ ରୋଜଗାରର ଟିକକ ବଞ୍ଚିଥିଲା ତାହା ଏବେ ଲକଡାଉନରେ । ଏମିତି ଏକ ଯନ୍ତ୍ରଣାରେ ଦହଗଞ୍ଜ ହେଉଛନ୍ତି ବଗଗଡ ଜିଲ୍ଲାର ଚିନିକଳ କର୍ମଚାରୀ ।
ଯନ୍ତ୍ରଣାରେ ଜୁଝୁଛି ଜୀବନ,ଅନିଶ୍ଚିତତାରେ ବରଗଡ ଚିନିକଳ କର୍ମଚାରୀଙ୍କ ଜୀବିକା ଜୀବନ ଓ ଜୀବିକା । ଏହି ଦୁଇଟି ଶବ୍ଦ ଓତଃପ୍ରୋତ ଭାବେ ଜଡିତ । ହେଲେ ବରଗଡ଼ ର ଚିନି କାରଖାନା ର କର୍ମଚାରୀ ଙ୍କ ପାଇଁ ବଞ୍ଚି ଯାଇଛି ଜୀବନ, ହେଲେ ନିଶ୍ଚିହ୍ନ ହୋଇଯାଇଛି ଜୀବିକା । ଶତ ଆନ୍ଦୋଳନ ଓ ଦାବି ଶତ୍ବେ ମିଳିଲାନି ନିଜ ହକ କିମ୍ବା ନିଜ 30 ମାସର ଦରମା । ହେଲେ ବଞ୍ଚିବା ପାଇଁ ଚାଲିଥିଲା ଅହରହ ସଂର୍ଘଷ ।
କିଏ ଚଣା ମସଲା କରି ବ୍ରିକି କରୁଥିଲା ତ ଆଉ ଦିନ ମଜୁରିଆ ଭାବେ ଖଟି ଖାଉଥିଲା । ହେଲେ ବୋଝ ଉପରେ ନଳିତା ବିଡା ସାଜିଲା କୋରୋନା କଟକଣା । ଆଉ ବନ୍ଦ ହୋଇଗଲା ରୋଜଗାରର ବାଟ । ସଳଖି ଛିଡା ହୋଇଥିବା ଅଣ୍ଟା ଭାଙ୍ଗି ଦେଇଛି କୋରୋନା ଲକଡାଉନ । ଏପେଟ ସଞ୍ଚୟ ସବୁ ସରି ଆସିଥିଲେ ବି ହାତରେ ଚଳିବାକୁ ଆଉ ଟଙ୍କା ନାହିଁ କି ରନ୍ଧାଘରେ ଦାନା ନାହିଁ । ଏପରି ସ୍ଥିତିରେ ପରିବାର ପୋଷିବେ କିପରି ସେ ଚିନ୍ତିରେ ଏବେ 149 କର୍ମଚାରୀଙ୍କ ପରିବାର ।
ସେପଟେ ଲକଡାଉନ ସମୟରେ ଗରିବ ଓ ଅସହାୟଙ୍କୁ ଖାଇବା ବ୍ୟବସ୍ଥା ସହ ଆର୍ଥିକ ସହାୟତା ଦିଆଯାଉଛି। ମାତ୍ର ଦୁର୍ଦ୍ଦିନରେ ଦିନ କାଟୁଥିବା ଏହି କର୍ମଚାରୀଙ୍କୁ ଭୁଲି ଯାଇଛନ୍ତି ସରକାର। ଚିନି କଳକାରଖାନା ତାଲା ପଡିବା ଦିନ ଠାରୁ ଏମାନଙ୍କ ଜୀବନ ଯେମିତି ଲକଡାଉନରେ ରହିଯାଇଛି । ସେପଟେ ଏମାନଙ୍କ ଦୁଃଖ ନା ସରକାର ଶୁଣୁଛନ୍ତି ନା ସ୍ଥାନୀୟ ପ୍ରଶାସନ ।
ବରଗଡରୁ ରାଜେଶ ସରାପଙ୍କ ରିପୋର୍ଟ, ଇଟିଭି ଭାରତ