ବରଗଡ: ତିନି ଜଣ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିଛି ବରଗଡ ପୋଲିସ। ପୋଲିସ ସେମାନଙ୍କ ଠାରୁ 10ହଜାର ଟଙ୍କା ସହ 2ଟି ଦେଶୀ ବନ୍ଧୁକ, ଛୁରୀ, କାର ଓ 21 କିଲୋଗ୍ରାମ ଗଞ୍ଜେଇ ଜବତ କରିଛି । ଦୁଇ ଜଣ ଅଭିଯୁକ୍ତଙ୍କ ଘର ସମ୍ବଲପୁର ହୋଇଥିବା ବେଳେ ଅନ୍ୟ ଜଣଙ୍କ ଘର ସୋନପୁର ବୋଲି ଜଣାପଡିଛି । ଗିରଫ ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ବିଭିନ୍ନ ଥାନା ମାନଙ୍କରେ ବହୁ ଅପରାଧିକ ମାମଲା ରହିଥିବା ବରଗଡ ଏସପି ପଦ୍ମିନୀ ସାହୁ ଆଜି ଏକ ସାମ୍ବାଦିକ ସମ୍ବିଳନୀରେ ସୂଚନା ଦେଇଛନ୍ତି ।
3 ଗଞ୍ଜେଇ ବେପାରୀଙ୍କୁ ବାନ୍ଧିଲା ବରଗଡ ପୋଲିସ, ମାରଣାସ୍ତ୍ର ଓ ଗଞ୍ଜେଇ ଜବତ - ବନ୍ଧୁକ, ଛୁରୀ ଓ ଗଞ୍ଜେଇ ଜବତ
ବରଗଡ ପୋଲିସ ତିନି ଜଣ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିବା ସହ 2ଟି ଦେଶୀ ବନ୍ଧୁକ , ଛୁରୀ, କାର ଓ 21 କିଲୋଗ୍ରାମ ଗଞ୍ଜେଇ ଜବତ କରିଛି ।
3 ଗଞ୍ଜେଇ ବେପାରୀ ଗିରଫ
3 ଗଞ୍ଜେଇ ବେପାରୀ ଗିରଫ
ବରଗଡର ଅମ୍ବଭୋନା ଥାନା ଅଞ୍ଚଳରେ ଏକ କାରରେ ଗଞ୍ଜେଇ ଚାଲାଣ କରାଯାଉଥିବା ଖବର ପାଇ ପୋଲିସ କାରଟିକୁ ଅଟକାଇ ତଲାସି କରିଥିଲା । ଏହାପରେ ସେହି କାରରୁ ୨୧ କେଜି ଗଞ୍ଜେଇ ଜବତ ସହ ଏହି କାରରେ ଥିବା ତିନିଜଣ ଯୁବକଙ୍କ ଠାରୁ ଦେଶୀ ବନ୍ଧୁକ ଓ ମାରଣାସ୍ତ୍ର ପୋଲିସ ଜବତ କରିଥିଲା | ଥାନାରେ ଜେରା କରିବା ପରେ ଅଭିଯୁକ୍ତମାନେ ଅମ୍ବଭନା ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଦୁଇ ଦିନ ତଳେ ଅପହରଣ କରି ସୋନପୁର ଜିଲ୍ଲାର ଜଙ୍ଗଲ ଭିତରେ ରଖିଥିବା ମାନିଥିଲେ । ଏହା ସହ ତାଙ୍କ ପରିବାର ଲୋକଙ୍କ ଠାରୁ ଏଥିପାଇଁ ୫୦ ହଜାର ଟଙ୍କା ନେଇଥିବା ସ୍ଵୀକାର କରିଥିଲେ |
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ