ଓଡିଶା

odisha

ETV Bharat / state

ଆସୁ ଆସୁ ଆକ୍ସନରେ ବରଗଡ ଏସପି, ବାର ଦିନରେ କାବୁ କଲେ ବାର ଡକାୟତ

ବରଗଡର ନୂଆ ମହିଳା ଏସପି ପଦ୍ମିନୀ ସାହୁ ୧୨ ଜଣ ଡକାୟତଙ୍କୁ କାବୁ କରିଛନ୍ତି । 12 ଦିନ ପୂର୍ବେ ଜିଲ୍ଲାରେ ଯୋଗ ଦେଇଥିଲେ ପଦ୍ମିନୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ

By

Published : Sep 4, 2019, 8:43 PM IST

ବରଗଡ: ଅଳ୍ପ କିଛି ଦିନ ହେବ ଜିଲ୍ଲାରେ ଯୋଗ ଦେଇଛନ୍ତି ନୂଆ ଏସପି । ଜିଲ୍ଲାରେ ନୂତନ ମହିଳା ଏସପି ଯୋଗଦାନ କରିବାର ମାତ୍ର ୧୨ ଦିନ ହୋଇଛି । ଏଇ 12 ଦିନ ମଧ୍ୟରେ ଦୁଇଗୋଟି ଡକାୟତ ଦଳକୁ ଧରିବାରେ ସଫଳ ହୋଇଛନ୍ତି ମହିଳା ଏସପି । ବରଗଡ ସହର ଦେଇ ଯାଇଥିବା ଜାତୀୟ ରାଜପଥରେ ବାରମ୍ବାର ହେଉଥିବା ଲୁଟପାତ ଓ ଡକାୟତିକୁ ନେଇ ଅଞ୍ଚଳବାସୀ ଭୟଭୀତ ହୋଇପଡିଥିବା ବେଳେ ମହିଳା ଏସପି ପଦ୍ମିନୀ ସାହୁ ଦୁଇଟି ଡକାୟତ ଦଳର ସମୁଦାୟ ୧୨ ଜଣ ଡକାୟତଙ୍କୁ କାବୁ କରି ବରଗଡ ବାସୀଙ୍କୁ ସୁରକ୍ଷା ଦେବାରେ ସଫଳ ହୋଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ବରଗଡ ସହରରେ ଦୀର୍ଘ ୫ ମାସ ହେଲା ରାଜପଥରେ ରାଜ କରୁଛନ୍ତି ଲୁଟେରା । ଡକାୟତି ଘଟଣା ବଢିଚାଲିଥିବା ବେଳେ ପୋଲିସ ଲୁଟେରାଙ୍କୁ କାବୁ କରିବାରେ ବିଫଳ ରହୁଥିଲା, କିନ୍ତୁ ନୂଆ ମହିଳା ଏସପି ପଦ୍ମିନୀ ସାହୁ ବରଗଡରେ କାର୍ଯ୍ୟଭାର ସମ୍ଭାଳିବା ମାତ୍ରେ ପ୍ରଥମେ ଏହି ଲୁଟ ଘଟଣା ଉପରେ ଗୁରୁତ୍ଵ ଦେବା ସହ ୧୨ ଦିନ ମଧ୍ୟରେ ଦୁଇ ଗୋଟି ଡକାଯତ ଦଳକୁ କାବୁକରି ଜେଲ ପଠାଇଛନ୍ତି ।

୩୧ ତାରିଖ ରାତିରେ ଲୁଟେରାମାନେ ଲୁଟି ନେଇଥିବା ଏକ ପିକଅପ ଭ୍ୟାନକୁ ପୋଲିସ ଉଦ୍ଧାର କରି ସମ୍ପୃକ୍ତ ଥିବା ଚାରିଜଣ ଡକାୟତଙ୍କୁ ପ୍ରଥମେ ଧରିବା ପରେ ପୁଣି ଏକ ବଡ ଡକାୟତ ଦଳର ୮ ଜଣଙ୍କୁ ପୋଲିସ ଧରିବାରେ ସଫଳ ହୋଇଛି । ଡକାୟତମାନେ ଲୁଟିଥିବା ଲକ୍ଷାଧିକ ଟଙ୍କା ଜବତ ହୋଇଥିବା ବେଳେ ବହୁ ମାରଣାସ୍ତ୍ର ଓ ନକଲି ବନ୍ଧୁକ ମଧ୍ୟ ପୋଲିସ ଜବତ କରିଛି ।

ସମସ୍ତ ଡକାୟତ ବରଗଡ ସହରର ହୋଇଥିବା ବେଳେ ସେମାନେ ନିଶାଖୋର ଲୁଟେରା ବୋଲି ସାମ୍ବାଦିକ ସମ୍ବିଳନୀରେ ଜଣାଇଛି ପୋଲିସ ସୂଚନା ଦେଇଛି । ତେବେ 12 ଜଣ ଡକାୟତଙ୍କୁ ଧରିବା ପରେ ବରଗଡରେ ଲଗାତାର ଚାଲିଥିବା ଡକାୟତ ଏବେ ବନ୍ଦ ହୋଇ ଥିବାରୁ ଜନସାଧାରଣ ମହିଳା ପୋଲିସ ଏସପି ପଦ୍ମିନୀ ସାହୁଙ୍କୁ ପ୍ରଶଂସା କରିଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details