ବରଗଡ: ଜିଲ୍ଲାରେ କୋରୋନା ସଂକ୍ରମଣ ସଂଖ୍ୟା 323କୁ ଛୁଇଁସାରିଲାଣି । ଜିଲ୍ଲାରେ ବଢୁଥିବା ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲାପାଳ 24 ତାରିଖରୁ 28 ତାରିଖ ପର୍ଯ୍ୟନ୍ତ ବରଗଡକୁ ସଟଡାଉନ ଘୋଷଣା କରିଛନ୍ତି । ଯାହାଫଳରେ ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହିତ ପୋଲିସ ପକ୍ଷରୁ କଡାକଡି ଚେକିଂ କରାଯାଉଛି ।
ଆଜିଠୁ ପାଞ୍ଚଦିନ ଯାଏଁ ସଟଡାଉନ ବରଗଡ, ଚାଲିଛି ଜୋରଦାର ଚେକିଂ - ଆଜିଠୁ ପାଞ୍ଚ ଦିନିଆ ବରଗଡ ସଟଡାଉନ
ବଢୁଛି କୋରୋନା ସଂକ୍ରମଣ । ଆଜିଠୁ ପାଞ୍ଚ ଦିନିଆ ବରଗଡ ସଟଡାଉନ । ଜାରି ରହିଛି ଅତ୍ୟାବଶ୍ୟକ ସେବା । ଅଧିକ ପଢନ୍ତୁ....
ଆଜିଠୁ ପାଞ୍ଚ ଦିନିଆ ବରଗଡ ସଟଡାଉନ,ଘନ ଘନ ହେଉଛି ଚେକିଂ
ବରଗଡ ଉପଖଣ୍ଡ ସହିତ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ , ସୋହେଲା ଓ ବିଜେପୁର ବ୍ଲକ ଅଞ୍ଚଳକୁ ସମ୍ପୂର୍ଣ ସଟଡାଉନ ଘୋଷଣା କରାଯାଇଛି | ତେବେ କେବଳ ଆତ୍ୟାବଶ୍ୟକ ଦୁଗ୍ଧ , ପନିପରିବା ଓ ତେଜରାତି ଦୋକାନ ଗୁଡିକ ସକାଳ 6 ଟାରୁ ଅପରାହ୍ନ 1 ଟା ପର୍ଯ୍ୟନ୍ତ ଖୋଲା ରହିବ | ବରଗଡ ସହର ସହିତ ଘୋଷଣା କରାଯାଇଥିବା ଅଞ୍ଚଳ ଗୁଡିକରେ ଶୁକ୍ରବାର ସକାଳୁ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ଅଯଥାରେ କାମରେ ବାହାରେ ବୁଲାବୁଲି କରୁଥିବା ଲୋକଙ୍କ ଠାରୁ ଫାଇନ କାଟୁଛି ପୋଲିସ ।
ବରଗଡରୁ ରାଜେସ ସରାପ, ଇଟିଭି ଭାରତ
Last Updated : Jul 24, 2020, 12:36 PM IST