ବରଗଡ଼:ଜିଲ୍ଲା ସଚେତନ ନାଗରିକ କମିଟି ପକ୍ଷରୁ ଆଜି (ଶନିବାର) ୧୨ଘଣ୍ଟିଆ ବରଗଡ଼ ବନ୍ଦ ଡାକରା । ବରଗଡ଼ ବିକାଶ ଫାଷ୍ଟ ଷ୍ଟେପରେ ପଢୁଥିବା ଛାତ୍ର ଆଦିତ୍ୟରାଜର ମୃତ୍ୟୁକୁ ନେଇ ବନ୍ଦ ଡାକରା ଦିଆଯାଇଛି । ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଛାତ୍ରର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ସ୍କୁଲ କର୍ତ୍ତୃପକ୍ଷ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ, ସମସ୍ତ ସ୍କୁଲ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବା ପ୍ରତିବାଦରେ ଏହି ବନ୍ଦ ଡାକରା ଦିଆଯାଇଛି । ଆଦିତ୍ୟରାଜ ମୃତ୍ୟୁ ଘଟଣାକୁ ନେଇ ବିକାଶ ସ୍କୁଲ ସମ୍ମୁଖରେ ଗତ ୨୨ତାରିଖ ଦିନ ଧରି ଅଭିଭାବକମାନେ ପ୍ରତିବାଦ ପ୍ରଦର୍ଶନ କରୁଥିବା ବେଳେ ସାମ୍ବାଦିକ ବିରେନ୍ଦ୍ର ପ୍ରଧାନଙ୍କ ସମେତ ୯ଜଣଙ୍କ ବିରୁଦ୍ଧରେ ମିଥ୍ୟା ମାମଲା ରୁଜୁ କରିଥିବା ବରଗଡ଼ ପୋଲିସ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହୋଇଛି ।