ବରଗଡ଼: ଜିଲ୍ଲା ପୋଲିସ ସାଇବର ଟିମକୁ ବଡ଼ ସଫଳତା । ଜବତ କଲେ 26 ଚୋରି ମୋବାଇଲ ଓ 2 ଲାପଟପ । ବରଗଡ଼ ଜିଲ୍ଲା ପୋଲିସର ପ୍ରଚେଷ୍ଟାରେ ଗତକାଲି(ମଙ୍ଗଳବାର) ବିଭିନ୍ନ ଥାନା ଅଞ୍ଚଳରେ ହଜିଥିବା ତଥା ଚୋରି ହୋଇଥିବା 26ଟି ମୋବାଇଲ, 2ଟି ଲାପଟପ, ଗୋଟିଏ ଟାବଲେଟକୁ ଜ଼ିଲ୍ଲା ଆରକ୍ଷୀ ଅଧିକାରୀଙ୍କ କାର୍ଯ୍ୟାଳୟରେ ସେଗୁଡିକର ପ୍ରକୃତ ମାଲିକମାନଙ୍କୁ ହସ୍ତାନ୍ତର କରାଯାଇଛି ।
ସାଇବର ଟିମକୁ ସଫଳତା; ଫେରିପାଇଲା 26 ଚୋରା ମୋବାଇଲ, 2 ଲାପଟପ - Bargarh police cyber team
ବରଗଡ଼ ପୋଲିସ ସାଇବର ଟିମକୁ ବଡ଼ ସଫଳତା । ଜବତ ହେଲା 26 ଚୋରା ମୋବାଇଲ ଓ 2 ଲାପଟପ । ଅଧିକ ପଢନ୍ତୁ...

ବରଗଡ଼ ପୋଲିସ ସାଇବର ଟିମର ବଡ଼ ସଫଳତା, ଜବତ କଲେ 26 ଚୋରି ମୋବାଇଲ ଓ 2 ଲାପଟପ
ସାଇବର ଟିମକୁ ସଫଳତା; ଫେରିପାଇଲା 26 ଚୋରା ମୋବାଇଲ, 2 ଲାପଟପ
ତେବେ ଜିଲ୍ଲାରେ ଏକ ସାଇବର ଟିମ ଗଠନ କରାଯାଇ ଉକ୍ତ ଜିନିଷଗୁଡ଼ିକୁ ପାଇବାରେ ସଫଳ ହୋଇଥିବା କହିଛନ୍ତି ଜିଲ୍ଲା ଆରକ୍ଷୀ ଅଧିକାରୀ ରାହୁଲ ଜେନ। ପୋଲିସର ଏହି ସଫଳତାକୁ ନେଇ ମୋବାଇଲ, ଲାପଟପ ଆଦି ଜିନିଷ ଫେରି ପାଇଥିବା ବ୍ୟକ୍ତିମାନେ ଜିଲ୍ଲା ପୋଲିସକୁ ପ୍ରଶଂସା କରିଛନ୍ତି ।
ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ
Last Updated : Sep 15, 2021, 12:48 PM IST