ଓଡିଶା

odisha

ETV Bharat / state

କୋମାରେ ବରଗଡର ସ୍ବାସ୍ଥ୍ୟସେବା, ହନ୍ତସନ୍ତ ରୋଗୀ - ବରଗଡ ଖବର

ଦୀର୍ଘ ୫ ଦିନ ହେଲା କୋମାରେ ରହିଛି ବରଗଡର ସ୍ବାସ୍ଥ୍ୟସେବା । ଆଉ ଅଚଳ ହୋଇପଡିଛି ବରଗଡ ସହର ସହ ସାଧାରଣ ଲୋକଙ୍କ ଜନଜୀବନ । ନା ଦୋକାନ ବଜାର ଖୋଳୁଛି ନା ସରକାରୀ କାର୍ଯ୍ୟାଳୟ । ଯାହା ଫଳରେ ହନ୍ତସନ୍ତ ହେଉଛି ଜନଜୀବନ । ଅଧିକ ଖବର ପଢନ୍ତୁ...

କୋମାରେ ବରଗଡର ସ୍ବାସ୍ଥ୍ୟସେବା, ହନ୍ତସନ୍ତ ରୋଗୀ
କୋମାରେ ବରଗଡର ସ୍ବାସ୍ଥ୍ୟସେବା, ହନ୍ତସନ୍ତ ରୋଗୀ

By

Published : Feb 5, 2020, 4:48 AM IST

Updated : Feb 12, 2020, 11:25 PM IST

ବରଗଡ: ଦୀର୍ଘ ୫ ଦିନ ହେଲା କୋମାରେ ରହିଛି ବରଗଡର ସ୍ବାସ୍ଥ୍ୟସେବା । ଆଉ ଅଚଳ ହୋଇପଡିଛି ବରଗଡ ସହର ସହ ସାଧାରଣ ଲୋକଙ୍କ ଜନଜୀବନ । ନା ଦୋକାନ ବଜାର ଖୋଳୁଛି ନା ସରକାରୀ କାର୍ଯ୍ୟାଳୟ । ହଜାର ହଜାର ଲୋକ ନିଜର ଜୀବନ ଜୀବିକା ଛାଡି ଆନ୍ଦୋଳନରେ ମାତିଛନ୍ତି ସିଟି ହସ୍ପିଟାଲ ଦାବିରେ । ଅନ୍ୟପଟେ ପ୍ରତିଦିନ ଶହ ଶହ ରୋଗୀ ଚିକିତ୍ସାରୁ ବଞ୍ଚିତ ହେଉଛନ୍ତି ।

କୋମାରେ ବରଗଡର ସ୍ବାସ୍ଥ୍ୟସେବା, ହନ୍ତସନ୍ତ ରୋଗୀ

ନା ପୁରୁଣା ଡାକ୍ତରଖାନାରେ ରୋଗୀ ମାନେ ଚିକିତ୍ସିତ ହୋଇପାରୁଛନ୍ତି ନା ଖେଦାପାଳିର ନୂତନ ଡାକ୍ତରଖାନାରେ । ଏପରି ପରିସ୍ଥିତିରେ ରୋଗୀଙ୍କ ପ୍ରଚୁର ଭିଡ଼ କାରଣରୁ କୌଣସି ଘରୋଇ ଡାକ୍ତରଖାନାରେ ମଧ୍ୟ ସ୍ଥାନ ନାହିଁ । ବରଗଡରେ ରୋଗୀଙ୍କ ଏପରି ଦୟନୀୟ ଅବସ୍ଥା ଦେଖି ମଙ୍ଗଳବାର ବରଗଡ ଘରୋଇ ଡାକ୍ତର ସଂଘ ପକ୍ଷରୁ ଏହାର ସମାଧାନ ପାଇଁ ସ୍ବାସ୍ଥ୍ୟ ସଚିବ ଙ୍କ ନିକଟକୁ ଦାବି ପାତ୍ର ଦିଆଯାଇଛି । ବରଗଡରେ ଯଥା ଶୀଘ୍ର ପୂର୍ବପରି ସବ ଡିଭିଜିଓନାଲ ହସ୍ପିଟାଲକୁ କାର୍ଯ୍ୟକ୍ଷମ କରାଯାଉ ବୋଲି ଅନୁରୋଧ କରିଛନ୍ତି ଘରୋଇ ଡାକ୍ତର ସଂଘ ।

ତୀବ୍ର ଆନ୍ଦୋଳନ ଯୋଗୁଁ ତରବରିଆ ଭାବେ ପ୍ରଶାସନ ଖେଦାପାଲି ସ୍ଥିତ ନୂତନ ଜିଲ୍ଲା ଡାକ୍ତରଖାନାର ଡାକ୍ତର ମାନଙ୍କୁ ପୁରୁଣା ଡାକ୍ତରଖାନାକୁ ଅଣାଯାଇଛି । ୩୦ ଟି ବେଡ଼ ର ବ୍ୟବସ୍ଥା ରାତାରାତି କରାଯାଇଛି ହେଲେ ଏଠି ନା ରକ୍ତ ପରୀକ୍ଷା କରାଯାଉଛି ନା ଏକ୍ସରେ । ନା ଅଲ୍ଟ୍ରା ସାଉଣ୍ଡ ନା ଅନ୍ୟାନ୍ୟ କୌଣସି ବ୍ୟବସ୍ଥା ଅଛି । ଯାହାଫଳରେ ଲୋକେ ନା ବରଗଡ ଟାଉନରେ ଚିକିତ୍ସା ସୁବିଧା ପାଉଛନ୍ତି ନା ଖେଦାପାଳିର ନୂତନ ହସ୍ପିଟାଳରେ | ତେବେ "ଧୋବି କା କୁତ୍ତା ନା ଘର କା ନା ଘାଟ କା " ପରି ବରଗଡର ରୋଗୀ ମାନଙ୍କ ଅବସ୍ଥା ହୋଇଯାଇଥିବା କହିଛନ୍ତି ଭୁକ୍ତଭୋଗୀ ।

ବୁଧବାର ମଧ୍ୟ ଆନ୍ଦୋଳନ ଜାରି ରହିବା ସହ ବରଗଡ ବନ୍ଦ ହେବାକୁ ଥିବା ବେଳେ ବିଜେଡ଼ିର ଏକ ପ୍ରତିନିଧି ଦଳ ଏହି ସମସ୍ୟାର ଶୀଘ୍ର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ବୋଲି ଜଣାଇଛନ୍ତି ବିଧାୟକ ଦେବେଶ ଆଚାର୍ଯ୍ୟ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Last Updated : Feb 12, 2020, 11:25 PM IST

ABOUT THE AUTHOR

...view details