ଓଡିଶା

odisha

ETV Bharat / state

ସିଟି ହସ୍ପିଟାଲ ସାଜିଛି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ପାଣିରେ ପଡିଲା 4.5 କୋଟି

କୋମାରେ ବରଗଡ ସ୍ବାସ୍ଥ୍ୟସେବା । ହସ୍ପିଟାଲ ଥାଇ ମଧ୍ୟ ଚିକିତ୍ସା ପାଇଁ ହନ୍ତସନ୍ତ ଜିଲ୍ଲାବାସୀ । କାରଣ ଜିଲ୍ଲାରେ ନୂତନ ଡାକ୍ତରଖାନା ନିର୍ମାଣ କରିବାକୁ ଯାଇ ପୁରୁଣା ହସ୍ପିଟାଲକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିଣତ କରିଛନ୍ତି ସରକାର । ଅଧିକ ପଢନ୍ତୁ...

Bargarh old hospital become ghost house
ଭୂତ କୋଠୀ ବରଗଡ ପୁରୁଣା ଡାକ୍ତରଖାନା

By

Published : Mar 11, 2020, 4:11 PM IST

ବରଗଡ: ଜିଲ୍ଲାର ସର୍ବ ପୁରାତନ ହସ୍ପିଟାଲ ଏବେ ଭୂତ କୋଠୀ । ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିଣତ ହୋଇଛି ଜିଲ୍ଲା ମୁଖ୍ୟ ହସ୍ପିଟାଲ । ଯେଉଁଠିକୁ ଦିନେ ଶହ ଶହ ରୋଗୀ ଚିକିତ୍ସା ପାଇଁ ଆସୁଥିଲେ ଆଉ ଏବେ ଅତି ଜରୁରୀ ନହେଲେ ହସ୍ପିଟାଲ ଦୁଆର ମାଡୁ ନାହାନ୍ତି ରୋଗୀ । ଖତ ଖାଉଛି ବଡବଡ କୋଠା ଆଉ ହନ୍ତସନ୍ତ ଲକ୍ଷାଧିକ ଲୋକେ । ସେପଟେ 10 କିଲୋମିଟର ଦୂରରେ ଥିବା ନୂଆ ଡାକ୍ତରଖାନା ବଞ୍ଚାଇବାକୁ ଯାଇ ସହର ଭିତରେ ଥିବା ଡାକ୍ତରଖାନା କୋମାକୁ ଚାଲିଯାଇଛି ।

ଭୂତ କୋଠୀ ବରଗଡ ପୁରୁଣା ଡାକ୍ତରଖାନା

1942 ମସିହାରେ 5000 ରୋଗୀଙ୍କ ପାଇଁ ଓଡିଶାର ତତ୍କାଳୀନ ବ୍ରିଟିଶ ଗର୍ଭନର ୱିଲିୟମ ହର୍ଥନ ଲେୱିଶଙ୍କ ସ୍ତ୍ରୀ ମାର୍ଗରେଟ ଲେୱିଶଙ୍କ ବରଗଡରେ ଡାକ୍ତରଖାନା ନିର୍ମାଣ କରିଥିଲେ । ରୋଗୀ ସଂଖ୍ୟାକୁ ଦେଖି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଏହା ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ପରିଣତ ହେଲା । ହେଲେ 63 ଜଣ ଡାକ୍ତର ରହିବା ସ୍ଥାନରେ ମାତ୍ର 37 ଜଣ ଡାକ୍ତର ସମ୍ଭାଳିଥିଲେ ମେଡିକାଲ । ଏଠାରେ ଡାକ୍ତର ନିଯୁକ୍ତି ମୁଖ୍ୟ ପ୍ରସଙ୍ଗ ଥିବାବେଳେ ତାହା ପୂରଣ ନକରି 4.5 କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିଲା ନୂତନ ଭେଷଜ ଓ ଶିଶୁରୋଗ କୋଠା । ଏଥିମଧ୍ୟରେ 2011ରେ ମୁଖ୍ୟ ହସ୍ପିଟାଲକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଯୋଜନା ହେବା ପରେ 2013ରେ କାମ ଆରମ୍ଭ ହୋଇଯାଇଥିଲା। ତେବେ ଏଠାରେ ପ୍ରଶ୍ନ ଉଠୁଛି କେଉଁ କାରଣରୁ 2016 ପର୍ଯ୍ୟନ୍ତ ହସ୍ପିଟାଲ ପରିସରରେ ନିର୍ମାଣ ହୋଇଥିଲା ନୂଆ ବିଲ୍ଡିଂ ।

୧୦ କିଲୋମିଟର ଦୂରରେ ନୂତନ ଡାକ୍ତରଖାନାକୁ ବଞ୍ଚାଇବାକୁ ଯାଇ ବରଗଡ ସହର ଭିତରେ ରହିଥିବା ଡାକ୍ତରଖାନାକୁ ସଂପୂର୍ଣ୍ଣ ମୃତ କରିଦେଇଛନ୍ତି ସରକାର । ହେଲେ ନା ସେଠାରେ ରୋଗୀ ଉପଯୁକ୍ତ ଚିକିତ୍ସା ପାଉଛନ୍ତି ନା ନୂତନ ଡାକ୍ତରଖାନାରେ । ଯାହାକୁ ନେଇ ବରଗଡବାସୀଙ୍କ ମଧ୍ୟରେ ଆକ୍ରୋଶ ଦେଖିବାକୁ ମିଳିଥିଲା। ଏପରିକି ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କୁ ଘେରା ବନ୍ଦୀ କରିବା ସହ ଦୀର୍ଘ ଦିନ ଧରି ଆନ୍ଦୋଳନ ଚଳାଇଥିଲେ । ଫଳରେ ବାଧ୍ୟ ହୋଇ ମୁଖ୍ୟମନ୍ତ୍ରୀ 78 ବର୍ଷର ଜିଲ୍ଲା ହସ୍ପିଟାଲକୁ ସିଏଚସିରେ ବଦଳାଇଛନ୍ତି । କିନ୍ତୁ ଜିଲ୍ଲାବାସୀଙ୍କ ଆବଶ୍ୟକତାକୁ ପୂରଣ ନକରି କେବଳ ବିଲ୍ଡିଂ ବାଡେଇ କୋଟିକୋଟି ଟଙ୍କା ସରକାର ଅପଚୟ କରିଥିବା ସାଧାରଣରେ ଚର୍ଚ୍ଚା ହେଉଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details