ବରଗଡ: ଦୀର୍ଘ ତିନି ବର୍ଷ ଅପେକ୍ଷାର ଅନ୍ତ ଘଟିଲା । ଶେଷରେ ବରଗଡ଼ ନୂଆ ବସଷ୍ଟାଣ୍ଡରୁ ଗଡିଲା ବସ । ରାଜ୍ୟସରକାର ଏଵଂ ପୌରପରିଷଦ ପକ୍ଷରୁ ସାଢେ ପାଞ୍ଚ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ନୂତନ ବସଷ୍ଟାଣ୍ଡରୁ ମଙ୍ଗଳବାର ବସ ଗଡିବା ସହ ଦୋକାନ ବଜାର ଖୋଲିଛି । ବସ ମାଲିକ ସଙ୍ଘର ବିରୋଧ କାରଣରୁ ଦୀର୍ଘ 3 ବର୍ଷ ଧରି ପଡିରହିଥିଲା ନୂତନ ନିର୍ମିତ ବସଷ୍ଟାଣ୍ଡ ।
ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅନୁଷ୍ଠାନିକ ଭାବେ ମଙ୍ଗଳବାର ଏହି ନୂତନ ବସଷ୍ଟାଣ୍ଡକୁ ଉଦଘାଟନ କରିଥବା ବେଳେ ବରଗଡ଼ ଜିଲ୍ଲାପାଳ ମନୀଷା ବାନାର୍ଜୀ, ଏସପି ରାହୁଲ ଜୈନଙ୍କ ସମେତ ଘରୋଇ ବସ ମାଲିକ ସଂଘର କର୍ମକର୍ତ୍ତା ସହ ବିଭିନ୍ନ ବ୍ୟକ୍ତି ବିଶେଷ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ବାହୁଡା଼ ଦିନ ନୂଆ ବସଷ୍ଟାଣ୍ଡର ଉଦଘାଟନ ହୋଇଥିବାରୁ ବରଗଡ଼ବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବରଗଡ଼ ବିଧାୟକ ।