ଭୁବନେଶ୍ବର: ସମ୍ବଲପୁର ବିଶ୍ଵବିଦ୍ୟାଳୟର କର୍ମଚାରୀ ଦୀନବନ୍ଧୁ ମିଶ୍ରଙ୍କ ଆତ୍ମହତ୍ୟାକୁ ନେଇ ଉଦବେଗ ପ୍ରକାଶ କଲେ ବରଗଡ ସାଂସଦ ସୁରେଶ ପୂଜାରୀ । ଘଟଣାର ତଦନ୍ତ ସହିତ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟପାଳ ଗଣେଶୀ ଲାଲଙ୍କୁ ଚିଠି ଲେଖିଛନ୍ତି ସୁରେଶ ।
ଦୀନବନ୍ଧୁଙ୍କ ମୃତ୍ୟୁରେ କ୍ଷୁବ୍ଧ ବରଗଡ ସାଂସଦ, ରାଜ୍ୟପାଳଙ୍କୁ କଲେ କାର୍ଯ୍ୟନୁଷ୍ଠାନ ଦାବି - Bargarh MP Writes Letter To Governor and cm
ସମ୍ବଲପୁର ବିଶ୍ଵବିଦ୍ୟାଳୟ କର୍ମଚାରୀ ଦୀନବନ୍ଧୁ ମିଶ୍ର ଆତ୍ମହୂତି ଘଟଣାରେ ଉଦବେଗ ପ୍ରକାଶ କଲେ ବରଗଡ ସାଂସଦ ସୁରେଶ ପୂଜାରୀ । କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟପାଳ ଗଣେଶୀ ଲାଲଙ୍କୁ ଚିଠି ଲେଖିଛନ୍ତି ସୁରେଶ । ଅଧିକ ପଢନ୍ତୁ..

ଦୀନବନ୍ଧୁଙ୍କ ମୃତ୍ୟୁରେ କ୍ଷୁବ୍ଧ ବରଗଡ ସାଂସଦ, ରାଜ୍ୟପାଳଙ୍କୁ କଲେ କାର୍ଯ୍ୟନୁଷ୍ଠାନ ଦାବି
ସାଂସଦ ସୁରେଶ ଟ୍ବିଟ କରି ଲେଖିଛନ୍ତି, ସମ୍ବଲପୁର ବିଶ୍ଵବିଦ୍ୟାଳୟର କର୍ମଚାରୀ ଦୀନବନ୍ଧୁ ମିଶ୍ରଙ୍କ ହୃଦୟ ବିଦାରକ ଆତ୍ମହତ୍ୟା ଘଟଣାର ତଦନ୍ତ କରିବା, ଦୋଷୀକୁ ଠାବ କରିବା ଓ ଦୋଷୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଓ ପରିବାରକୁ ନ୍ୟାୟ ଦେବା ଦାବି କରି ଓଡ଼ିଶାର ମହାମହୀମ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ମୋର ପତ୍ର ।
ଆତ୍ମାହୁତି ଉଦ୍ୟମ କରିଥିବା ସମ୍ବଲପୁର ବିଶ୍ବବିଦ୍ୟାଳୟର କର୍ମଚାରୀ ମୃତ୍ୟୁ ହୋଇଛି । ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଉଥିବା ବେଳେ ଅନୁଗୋଳ ନିକଟରେ ତାଙ୍କର ଦେହାନ୍ତ ହୋଇଯାଇଥିଲା ।