ଓଡିଶା

odisha

ସିଟି ହସ୍ପିଟାଲ ପ୍ରତିଷ୍ଠା ଦାବି

By

Published : Feb 5, 2020, 11:53 PM IST

Updated : Feb 6, 2020, 12:01 AM IST

ସିଟି ହସ୍ପି‌ଟାଲ ପ୍ରତିଷ୍ଠା କରିବା ଦାବିରେ ରାଜ୍ୟପାଳ ଓ ସ୍ଵାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ବରଗଡ ସାଂସଦ ସୁରେଶ ପୂଜାରୀ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

bargarh-mp-suresh-pujari-meet-health-minister-naba-das-at-lokaseba-bhaban-for-city-hospital
ସିଟି ହସ୍ପିଟାଲ କରିବାକୁ ଦାବି

ଭୁବନେଶ୍ବର: ବରଗଡ ସିଟି ହସପିଟାଲ କରିବାକୁ ବୁଧବାର ବରଗଡ ସାଂସଦ ସୁରେଶ ପୂଜାରୀ ରାଜ୍ୟପାଳଙ୍କୁ ଭେଟି ଦାବି ଜଣାଇଛନ୍ତି। ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ୭ କିମି ଦୂର ହେଉଥିବାରୁ ଚିକିତ୍ସା ପାଇଁ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେଥିପାଇଁ ସିଟି ହସ୍ପିଟାଲ ସହ ଏକ କ୍ୟାନ୍ସର ହସ୍ପିଟାଲ କରିବାକୁ ଦାବି କରିଛନ୍ତି ସାଂସଦ ପୂଜାରୀ ।

ସିଟି ହସ୍ପିଟାଲ କରିବାକୁ ଦାବି

ଏନେଇ ଲୋକସେବା ଭବନରେ ସ୍ଵାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କୁ ମଧ୍ୟ ଭେଟିଛନ୍ତି ସେ । ଏହା ଉପରେ ପ୍ରତିକ୍ରିୟା ରଖି ସ୍ଵାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ, ବରଗଡ ପିଏଚସିକୁ ସିଏଚସି କରାଯିବ ଏହାସହ ୨୪ ଘଣ୍ଟିଆ ସ୍ବାସ୍ଥ୍ୟ ସେବା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଏହାସହ କ୍ୟାନ୍ସର ହସ୍ପିଟାଲ କରିବାକୁ ମୁଖ୍ୟମନ୍ତ୍ରୀ ପୂର୍ବରୁ ଘୋଷଣା କରିଛନ୍ତି। ବରଗଡରେ ସିଟି ହସପିଟାଲ ଦାବି ନେଇ ତିନିଦିନ ହେବ ଆନ୍ଦୋଳନ କରୁଛନ୍ତି ସ୍ଥାନୀୟ ବାସିନ୍ଦା ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Feb 6, 2020, 12:01 AM IST

ABOUT THE AUTHOR

...view details