ଓଡିଶା

odisha

ETV Bharat / state

ମୋଦି ସରକାରଙ୍କ ଦ୍ବିତୀୟ ପାଳିର ପ୍ରଥମ ବର୍ଷ ସଫଳତା ବଖାଣିଲେ ବରଗଡ ସାଂସଦ - ବରଗଡ ଖବର

ମୋଦି ସରକାରଙ୍କ ଦ୍ଵିତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ମୋଦି ସରକାର ନେଇଥିବା ଐତିହାସିକ ପଦକ୍ଷେପ ଉପରେ ସାଂସଦ ସୁରେଶ ପୂଜାରୀ ଆଲୋକପାତ କରିଥିଲେ । ଅଧିକ ପଢନ୍ତୁ...

Bargarh MP hailed the success of the first year of the second term of the Modi government
ମୋଦି ସରକାରଙ୍କ ଦ୍ବିତୀୟ ପାଳିର ପ୍ରଥମ ବର୍ଷ ସଫଳତା ବଖାଣିଲେ ବରଗଡ ସାଂସଦ

By

Published : Jun 6, 2020, 9:25 PM IST

ବରଗଡ: ମୋଦି ସରକାରଙ୍କ ଦ୍ଵିତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲା ବିଜେପି ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ବିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୋଦି ସରକାର ନେଇଥିବା ଐତିହାସିକ ପଦକ୍ଷେପ ଉପରେ ସାଂସଦ ସୁରେଶ ପୂଜାରୀ ଆଲୋକପାତ କରିଥିଲେ ।

ମୋଦି ସରକାରଙ୍କ ଦ୍ବିତୀୟ ପାଳିର ପ୍ରଥମ ବର୍ଷ ସଫଳତା ବଖାଣିଲେ ବରଗଡ ସାଂସଦ

ମୋଦି ସରକାର କୋରୋନା ମହାମାରୀକୁ ସଫଳତାର ସହ ମୁକାବିଲା କରୁଥିବା ବେଳେ ବହୁ ଗରିବ, ଶ୍ରମିକ, କୃଷକ ଆଦି ସମସ୍ତ ବର୍ଗର ଲୋକମାନଙ୍କୁ ତିନି ମାସର ଆର୍ଥିକ ସାହାଯ୍ୟ ସହିତ ଖାଦ୍ୟ ସାମଗ୍ରୀ ଯୋଗାଇ ଦେଇଛନ୍ତି । ଯାହା ଏକ ପ୍ରଶଂସନୀୟ ପଦକ୍ଷେପ ବୋଲି କହିଛନ୍ତି ସାଂସଦ ପୂଜାରୀ । ସେ ଏହା ମଧ୍ୟ କହିଛନ୍ତି ଯେ, ବରଗଡ ଜିଲ୍ଲାରେ ମଧ୍ୟ ଗତ ଗୋଟିଏ ବର୍ଷ ମଧ୍ୟରେ କେନ୍ଦ୍ର ସରକାରଙ୍କ ବହୁ ଯୋଜନା ଗୁଡିକୁ ଫଳପ୍ରଦ କରାଯାଇଛି । ଆଗକୁ ମଧ୍ୟ ଏସବୁ ଉନ୍ନତିମୂଳକ କାର୍ଯ୍ୟ ଜାରି ରହିବ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details