ଓଡିଶା

odisha

ETV Bharat / state

ରକ୍ତ ସହ ପ୍ଲାଜମା ଦାନ ପାଇଁ ବରଗଡ ବିଧାୟକ ଓ ସାଂସଦଙ୍କ ଅପିଲ - Bargarh MLA and MP

କୋରୋନା ମହାମାରୀ ସମୟରେ ରକ୍ତର ଯେପରି ଅଭାବ ନହେବ, ଏନେଇ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିବା ବରଗଡ ବିଧାୟକ କହିଛନ୍ତି।

Bargarh MLA and MP
ରକ୍ତ ସହ ପ୍ଲାଜମା ଦାନ ପାଇଁ ରକ୍ତଦାନ ଶିବିର

By

Published : Aug 10, 2020, 7:57 PM IST

ବରଗଡ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଥିବା ବ୍ଲଡ଼ବ୍ୟାଙ୍କରେ ରକ୍ତର ଅଭାବ ରହିଥିବା ବେଳେ ଜିଲ୍ଲାର ବହୁ ରୋଗୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାହାକୁ ନେଇ ବରଗଡ଼ ଜିଲ୍ଲାର ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଓ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ନେତୃତ୍ବରେ ଅଗଷ୍ଟ 9, କ୍ରାନ୍ତି ଦିବସରୁ ଆରମ୍ଭ କରି ସ୍ବାଧୀନତା ଦିବସ ପର୍ଯ୍ୟନ୍ତ ଓଡ଼ିଶା ମୋ ପରିବାର ତରଫରୁ ରକ୍ତଦାନ ଶିବିର ଆୟୋଜନ କରାଯାଇଛି ।

ରକ୍ତ ସହ ପ୍ଲାଜମା ଦାନ ପାଇଁ ରକ୍ତଦାନ ଶିବିର

ଗୋଟେପଟେ କୋରୋନା ଭୟ କାରଣରୁ ନିଜର ସୁରକ୍ଷା ଦୃଷ୍ଟିରୁ ରକ୍ତ ଦେବାକୁ ଲୋକେ ଇଚ୍ଛୁକ ହେଉ ନଥିବା କାରଣରୁ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଦେଖାଦେଇଛି । ତେବେ ଅନବରତ ରକ୍ତଦାନ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇ ରକ୍ତ ସଂଗ୍ରହ କରାଯିବା ସହ କୋରୋନାରୁ ଭଲ ହୋଇ ଫେରିଥିବା ଲୋକଙ୍କୁ ପ୍ଲାଜମା ଦାନ ପାଇଁ ମଧ୍ୟ ଅପିଲ କରୁଛନ୍ତି ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ ।

ଏହି ରକ୍ତଅଭାବ କାରଣରୁ ଗତ ଦୁଇମାସ ଭିତରେ ଜିଲ୍ଲାରେ ୬ ଜଣଙ୍କର ଜୀବନ ଯାଇଛି । ଯାହାକୁ ନେଇ ରକ୍ତଦାନ ପାଇଁ ଲୋକଙ୍କୁ ସଚେତନ କରାଇବା ଜରୁରୀ ହୋଇପଡିଛି ।

ରକ୍ତ ସହ ପ୍ଲାଜମା ଦାନ ପାଇଁ ରକ୍ତଦାନ ଶିବିର

ଏହି ଶିବିରରେ ସୋମବାର ଶତାଧିକ ଯୁବକ ଯୋଗଦେଇ ଥିବାବେଳେ 40 ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । କୋରୋନା ମହାମାରୀ ସମୟରେ ରକ୍ତର ଯେପରି ଅଭାବ ନହେବ, ଏନେଇ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିବା ବରଗଡ ବିଧାୟକ କହିଛନ୍ତି। ଅଗାମୀ ଦିନରେ ପ୍ଲାଜମା ଦାନକୁ ମଧ୍ୟ ପଛଘୁଞ୍ଛା ନଦେବା ପାଇଁ ଯୁବ ଗୋଷ୍ଠୀକୁ ରାଜ୍ୟସଭା ସାଂସଦ ଅନୁରୋଧ କରିଛନ୍ତି ।

ବରଗଡରୁ ରାଜେସ ସରାପ, ଇଟିଭି ଭାରତ

ABOUT THE AUTHOR

...view details