ବରଗଡ:ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଳ ବ୍ଲକ ଅମରପାଲିରେ ଜିଏସଟି(GST) ବିଭାଗ ପକ୍ଷରୁ ଚଢାଉ । ଜିଏସଟି(GST) ଫାଙ୍କିବା ଅଭିଯୋଗରେ ବରଗଡ ଜିଲ୍ଲା ଜିଏସଟି(GST) ବିଭାଗ ପକ୍ଷରୁ ଚଢାଉ । ପାଇକମାଳ ସ୍ଥିତ ଅମରପାଲିରେ ଥିବା ରେଜେଶ ଟ୍ରେଡ଼ର୍ସ ନାମକ ଏକ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଚଢାଉ କରାଯାଇଥିଲା ।
ତେବେ ଏହି ଚଢାଉ ଦୁଇ ଦିନ ଧରି ହେବାକୁ ଥିବା ବେଳେ ଜିଏସଟି(GST) ବିଭାଗକୁ ଏହି ଚଢାଉରେ କଣ ସବୁ ତଥ୍ୟ ହାତକୁ ଆସିଛି ତାହା ବିଭାଗ ପକ୍ଷରୁ ସୂଚନା ଦିଆଯାଇନାହିଁ । ଏଥିସହ ବରଗଡ ଜିଲ୍ଲାରେ ଏପରି ଅନେକ ବ୍ୟବସାୟିକ ପ୍ରତିଷ୍ଠାନ ଜିଏସଟି(GST) ଫାଙ୍କୁଥିବାବେଳେ ବିଭାଗ ପକ୍ଷରୁ ଲଗାତାର ଚଢାଉ ଜାରି ରହିଛି ।