ଓଡିଶା

odisha

ETV Bharat / state

କୃଷି ବିଲ ବିରୋଧରେ ତେଜିଲା ସ୍ବର, ରାସ୍ତା ଅବରୋଧ କଲେ ବରଗଡ଼ ଚାଷୀ - agriculture bill

କୃଷି ବିଲକୁ ନେଇ ସାରାଦେଶରେ ବିରୋଧର ସ୍ବର ତେଜି ଉଠିଥିବା ବେଳେ ଶୁକ୍ରବାର ବରଗଡ଼ ଜିଲ୍ଲାରେ ମଧ୍ୟ ଏହାର ପ୍ରତିବାଦ ଦେଖିବାକୁ ମିଳିଥିଲା । ବରଗଡ଼ ଜିଲ୍ଲାର ବହୁ ଚାଷୀ ଏକତ୍ରିତ ହୋଇ ରାଜରାସ୍ତାକୁ ଓହ୍ଲାଇ ଥିଲେ । ଅଧିକ ପଢନ୍ତୁ...

Bargarh farmers road strike againest agriculture bill
ନୂଆ କୃଷି ବିଲ ବିରୋଧରେ ତେଜିଲା ସ୍ବର, ରାସ୍ତା ଅବରୋଧ କଲେ ବରଗଡ଼ ଚାଷୀ

By

Published : Sep 26, 2020, 9:20 AM IST

ବରଗଡ଼: କୃଷି ବିଲକୁ ନେଇ ସାରାଦେଶରେ ବିରୋଧର ସ୍ବର ତେଜି ଉଠିଥିବା ବେଳେ ଶୁକ୍ରବାର ବରଗଡ଼ ଜିଲ୍ଲାରେ ମଧ୍ୟ ଏହାର ପ୍ରତିବାଦ ଦେଖିବାକୁ ମିଳିଥିଲା । ବରଗଡ଼ ଜିଲ୍ଲାର ବହୁ ଚାଷୀ ଏକତ୍ରିତ ହୋଇ ରାଜରାସ୍ତାକୁ ଓହ୍ଲାଇ ଥିଲେ । ଜୟ କିସାନ ଆନ୍ଦୋଳନ ଏବଂ ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ବୟ ସମିତି ପକ୍ଷରୁ ଏହି କୃଷି ବିଲକୁ ବିରୋଧ କରି ଆନ୍ଦୋଳନ କରାଯାଇଥିଲା ।

ନୂଆ କୃଷି ବିଲ ବିରୋଧରେ ତେଜିଲା ସ୍ବର, ରାସ୍ତା ଅବରୋଧ କଲେ ବରଗଡ଼ ଚାଷୀ

ଯୋଜନା କରାଯାଇଥିବା କୃଷି ବିଲ ଦ୍ବାରା ଚାଷୀଙ୍କ ସ୍ବାର୍ଥ ସୁରକ୍ଷିତ ନୁହେଁ ଏବଂ ଏହାଦ୍ବାରା ସମଗ୍ର କୃଷିକ୍ଷେତ୍ର କମ୍ପାନୀ ହାତକୁ ଚାଲିଯିବ ଏବଂ ଚାଷୀମାନେ ପୂର୍ବାପେକ୍ଷା ଅଧିକ ଶୋଷିତ ହେବେ ବୋଲି ଚାଷୀ ପ୍ରତିନିଧିମାନେ କହିଛନ୍ତି। ଚାଷୀଙ୍କ ପ୍ରତି ସରକାରଙ୍କ ଏଭଳି ମନୋଭାବ ପ୍ରତିବାଦରେ ଆଗକୁ ଆନ୍ଦୋଳନ ଆହୁରି ବ୍ୟାପକ ହେବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details