ଓଡିଶା

odisha

ETV Bharat / state

ବରଗଡରେ ତେଜିଲା ଚାଷୀ ଆନ୍ଦୋଳନ

ନୂତନ କୃଷି ବିଲକୁ ନେଇ ସାରା ଦେଶରେ ବିରୋଧର ସ୍ବର ତେଜିବାରେ ଲାଗିଛି। ବରଗଡ଼ ଜିଲ୍ଲାରେ ମଧ୍ୟ ବହୁ ଚାଷୀ ସଙ୍ଗଠନ ଏହି ଡ଼ାକରାକୁ ସମର୍ଥନ ଜଣାଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଅଧିକ ପଢନ୍ତୁ...

By

Published : Nov 5, 2020, 9:50 PM IST

ବରଗଡ଼ରେ ତେଜିଲା ଚାଷୀ ଆନ୍ଦୋଳନ
ବରଗଡ଼ରେ ତେଜିଲା ଚାଷୀ ଆନ୍ଦୋଳନ

ବରଗଡ: ଅଖିଳ ଭାରତୀୟ କିଶାନ ସଂଘର୍ଷ ସମନ୍ବୟ ସମିତିର ଡ଼ାକରାରେ ଦେଶବ୍ୟାପୀ ଆନ୍ଦୋଳନ କରାଯାଇଛି । ତେବେ ବରଗଡ଼ ଜିଲ୍ଲାରେ ମଧ୍ୟ ବହୁ ଚାଷୀ ସଙ୍ଗଠନ ଏହି ଡ଼ାକରାକୁ ସମର୍ଥନ ଜଣାଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

ବରଗଡ଼ରେ ତେଜିଲା ଚାଷୀ ଆନ୍ଦୋଳନ

ପଶ୍ଚିମ ଓ କୃଷକ ସଂଗଠନ ସମନ୍ବୟ ସମିତି ନେତୃତ୍ବରେ ଜିଲ୍ଲାର ଅତାବିରା ବ୍ଳକ ଅନ୍ତର୍ଗତ ଦେବାହାଲ ଠାରେ ଚାଷୀମାନେ ୫୩ ନମ୍ବର ଜାତୀୟ ରାଜପଥକୁ 2 ଘଣ୍ଟିଆ ଅବରୋଧ କରି ପ୍ରତୀକାତ୍ମକ ଆନ୍ଦୋଳନ କରିଛନ୍ତି।

ବରଗଡ଼ ଜିଲ୍ଲାର ସମସ୍ତ ବ୍ଲକରେ ଚାଷୀମାନେ ରାସ୍ତାରୋକ ଆନ୍ଦୋଳନ କରି ନିଜର ଦାବି ଜଣାଇଛନ୍ତି । ସରକାର ଚାଷୀଙ୍କ ଦାବି ପୂରଣ ନକଲେ ଆଗକୁ ବ୍ୟାପକ ଆନ୍ଦୋଳନ ହେବ ବୋଲି ଚେତବନୀ ଦିଆଯାଇଛି।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details