ଓଡିଶା

odisha

ETV Bharat / state

ପୁଣି ଟୋକନ ତାତି, ରାସ୍ତାକୁ ଓହ୍ଲାଇଲେ ବରଗଡ଼ ଚାଷୀ - ପୁଣି ଟୋକେନ ତାତି

ଧାନର ଅଭାବୀ ବିକ୍ରି ଓ ଟୋକାନ ସିଷ୍ଟମର ଅବ୍ୟବସ୍ଥାକୁ ନେଇ ପୁଣି ରାସ୍ତାରେ ଚାଷୀଙ୍କ ଆନ୍ଦୋଳନ। ବରଗଡ଼ ସୋହେଲା ରାସ୍ତାକୁ ବନ୍ଦ କରିଥିଲେ ଚାଷୀ । ଅଧିକ ପଢନ୍ତୁ...

protest against coupon system
ପୁଣି ଟୋକେନ ତାତି, ରାସ୍ତାକୁ ଓହ୍ଲାଇଲେ ବରଗଡ଼ ଚାଷୀ

By

Published : Dec 25, 2019, 11:39 PM IST

ବରଗଡ: ପୁଣି ଟୋକନ ତାତି। ରାସ୍ତାକୁ ଓହ୍ଲାଇଲେ ବରଗଡ଼ର ଚାଷୀ। ଚଳିତ ବର୍ଷ ଟୋକନ ପାଇଁ ଚାଷୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ହେଲେ ଏଥର ଆଉ ନୁହେଁ । କୌଣସି ଚାଷୀ ନେତାମନ୍ତ୍ରୀଙ୍କ କଥାକୁ ବି ଶୁଣିବାକୁ ନାରାଜ। ଯେଉଁ ପର୍ଯ୍ୟନ୍ତ ଦାବି ପୂରଣ ନ ହେଇଛି ସେ ପର୍ଯ୍ୟନ୍ତ ରାସ୍ତାରୋକ କରିବେ ବୋଲି ଚେତାବନୀ ଦେଇଛନ୍ତି ଚାଷୀ।

ପୁଣି ଟୋକେନ ତାତି, ରାସ୍ତାକୁ ଓହ୍ଲାଇଲେ ବରଗଡ଼ ଚାଷୀ

ବିଭିନ୍ନ ମଣ୍ଡିରେ ଧାନ ବସ୍ତା ପଡି ରହିଛି। ହେଲେ ବିକ୍ରି ହେଉନି ଧାନ । ଯେତେ ଅଭିଯୋଗ କଲା ପରେ ବି କୌଣସି ସୁଫଳ ନ ମିଳିବାରୁ ବରଗଡ଼ ସୋହେଲା ରାସ୍ତାକୁ ବନ୍ଦ କରିଛନ୍ତି ଚାଷୀ। ରାସ୍ତାକୁ ଓହ୍ଲାଇ ପୁଣି ଆନ୍ଦୋଳନ କରିଛନ୍ତି। ସେପଟେ, ଚାଷୀଙ୍କ ଆନ୍ଦୋଳନକୁ ଦେଖି ଜିଲ୍ଲା ପ୍ରଶାସନ ଘଟଣାସ୍ଥଳକୁ ପହଞ୍ଚି ଚାଷୀଙ୍କ ସହିତ ଆଲୋଚନା କରିଥିଲେ । ଏଥିସହ ସମସ୍ତ ଦାବି ପୂରଣ କରିବାକୁ ମଧ୍ୟ ପ୍ରତିଶ୍ରୃତି ଦେବା ପରେ ଧାରଣାରୁ ଓହ୍ଲାଇଥିଲେ । ଧାନର ଶୀଘ୍ର ବିକ୍ରି ପାଇଁ ଅତିରିକ୍ତ ଧାନ ମଣ୍ଡି ଖୋଲିବା ପାଇଁ ମଧ୍ୟ ନିଷ୍ପତ୍ତି ହୋଇଥିଲା ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details