ଓଡିଶା

odisha

ETV Bharat / state

ଦୁର୍ନୀତି ନ କରିବାକୁ କର୍ମଚାରୀଙ୍କୁ ଶପଥ ପାଠ କରାଇଲେ ବରଗଡ ଜିଲ୍ଲାପାଳ - oath of office to the staff

ଆଜି(ଗୁରୁବାର) ବରଗଡ଼ର ସମସ୍ତ ସରକାରୀ ଅଫିସମାନଙ୍କରେ ଏହି ଦୁର୍ନୀତି ନିବାରଣ ସପ୍ତାହ ପାଳନ କରାଯାଇଛି । ବିଭିନ୍ନ କାର୍ଯ୍ୟାଳୟମାନଙ୍କରେ ସମସ୍ତ କର୍ମଚାରୀମାନେ ଏକତ୍ରିତ ହୋଇ ଦୁର୍ନୀତି ନକରିବା ସହ ନାଗରିକଙ୍କ ପାଇଁ ସତ୍ୟନିଷ୍ଠାର ସହ କାମ କରିବାକୁ ଶପଥପାଠ କାର୍ଯ୍ୟକ୍ରମ କରାଯାଇଛି ।

ଶପଥ ପାଠ କରାଇଲେ ବରଗଡ ଜିଲ୍ଲାପାଳ
ଶପଥ ପାଠ କରାଇଲେ ବରଗଡ ଜିଲ୍ଲାପାଳ

By

Published : Oct 29, 2020, 10:45 PM IST

ବରଗଡ: ଚଳିତ ସପ୍ତାହ ଚାଲିଛି ଦୁର୍ନୀତି ନିବାରଣ ସଚେତନତା ସପ୍ତାହ । ଯାହାକୁ ନେଇ ଆଜି(ଗୁରୁବାର) ବରଗଡ଼ର ସମସ୍ତ ସରକାରୀ ଅଫିସମାନଙ୍କରେ ଏହି ଦୁର୍ନୀତି ନିବାରଣ ସପ୍ତାହ ପାଳନ କରାଯାଇଛି । ବିଭିନ୍ନ କାର୍ଯ୍ୟାଳୟମାନଙ୍କରେ ସମସ୍ତ କର୍ମଚାରୀମାନେ ଏକତ୍ରିତ ହୋଇ ଦୁର୍ନୀତି ନ କରିବା ସହ ନାଗରିକଙ୍କ ପାଇଁ ସତ୍ୟନିଷ୍ଠାର ସହ କାମ କରିବାକୁ ଶପଥପାଠ କାର୍ଯ୍ୟକ୍ରମ କରାଯାଇଛି ।

ଶପଥ ପାଠ କରାଇଲେ ବରଗଡ ଜିଲ୍ଲାପାଳ

ଦୁର୍ନୀତିକୁ ମୂଳପୋଛ କରିବା, ସାଧୁତା ଅବଲମ୍ବନ କରିବା ସହ ଆଇନ ଅନୁସରଣ କରି ଲାଞ୍ଚ ନନେବା ତଥା ନଦେବା ପ୍ରଭୃତି ପାଇଁ ଶପଥ ପାଠ କରାଯାଇଛି । ବରଗଡ଼ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କୁ ଦୁର୍ନୀତିରୁ ନିବୃତ ରହିବା ପାଇଁ ସଚେତନତା ବାର୍ତ୍ତା ପ୍ରଦାନ କରିଛନ୍ତି ।

ଗୁରୁବାର ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଲୋକଙ୍କୁ ନ୍ୟାୟ ଦେବା ପାଇଁ ଜିଲ୍ଲାପ୍ରଶାସନ ନିକଟକୁ କେହି ବିଶ୍ବାସ ନେଇ ଆସୁଥିବା ବେଳେ ଏହି ବିଶ୍ଵାସକୁ ନଭାଙ୍ଗି ନିଷ୍ଠାର ସହିତ ଲୋକସେବା କରିବାକୁ କହିଥିଲେ । ଆଜିର ଏହି ଦୁର୍ନୀତି ନିବାରଣ ସପ୍ତାହରେ ଜିଲ୍ଲାପାଳ ତାଙ୍କର କର୍ମଚାରୀମାନଙ୍କୁ ଲାଞ୍ଚ ନ ନେବା ପାଇଁ ତାଗିଦ ମଧ୍ୟ କରାଇଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details