ବରଗଡ: JEE & NEET ପରୀକ୍ଷାକୁ ଘୁଞ୍ଚାଇବା ଦାବିରେ ବରଗଡ କଂଗ୍ରେସ ଜିଲ୍ଲାପାଳଙ୍କୁ ଭେଟିଲା । ଶନିବାର ବିକ୍ଷୋଭ ପ୍ରଦର୍ଶନ କରାଯାଇ ଜିଲ୍ଲାପାଳଙ୍କ ଠାରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।
ଅଖିଳ ଭାରତୀୟ କଂଗ୍ରେସ କମିଟି ନିର୍ଦ୍ଦେଶ କ୍ରମେ ବରଗଡ଼ ଜିଲ୍ଲା କଂଗ୍ରେସ କମିଟି ବରଗଡ଼ ଜିଲ୍ଲା ଯୁବ କଂଗ୍ରେସ ଓ ବରଗଡ଼ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ମହାମାରୀ କୋରୋନା ସଂକ୍ରମଣ ସଂକଟ ସମୟରେ ସର୍ବଭାରତୀୟ JEE & NEET ପରୀକ୍ଷାକୁ ଘୁଞ୍ଚାଇବା ଦାବିରେ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି । କୋରୋନା ମହାମାରୀ ଦିନକୁ ଦିନ ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଥିବାବେଳେ କିନ୍ତୁ ଆଗାମୀ ଭବିଷ୍ୟତ ପିଢିଙ୍କ ସ୍ବାସ୍ଥ୍ୟ ପ୍ରତି କୌଣସି ଚିନ୍ତା କରନାହିଁ । ବର୍ତ୍ତମାନ ସମୟରେ JEE ଏବଂ NEET ପରୀକ୍ଷା କରାଯିବା ତାହା ଭୁଲ ପଦକ୍ଷେପ ଏବଂ ଏହାକୁ ବାତିଲ କରାଯାଉ ବୋଲି କଂଗ୍ରେସ ଦଳ ଦାବି କରିଛି । ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।