ଓଡିଶା

odisha

ETV Bharat / state

ସେଲୁନ ଖୋଲିବାକୁ ବାରିକ ସଙ୍ଘର ଦାବି - ବରଗଡ଼ ଜିଲ୍ଲା ବାରିକ ସଙ୍ଘ

ସେଲୁନ ଏବଂ ବିଉଟିପାର୍ଲର ଖୋଲିବାକୁ ଦାବି କଲା ବରଗଡ଼ ଜିଲ୍ଲା ବାରିକ ସଙ୍ଘ । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ । ଅଧିକ ପଢ଼ନ୍ତୁ...

bargarh district barber association, reopen of saloon and beauty parlor,  ସେଲୁନ ଏବଂ ବିଉଟିପାର୍ଲର ଖୋଲିବାକୁ ଦାବି, ବରଗଡ଼ ଜିଲ୍ଲା ବାରିକ ସଙ୍ଘ, ବାରିକ ସଙ୍ଘର ଦାବି
ସେଲୁନ ଖୋଲିବାକୁ ବାରିକ ସଙ୍ଘର ଦାବି

By

Published : Jun 19, 2021, 5:12 PM IST

ବରଗଡ: ଜିଲ୍ଲାପାଳଙ୍କ ଅଫିସ ଘେରିଲା ବରଗଡ଼ ଜିଲ୍ଲାର ବାରିକ ମହାସଂଘ । ଜିଲ୍ଲା ଗ୍ରୀନ ଜୋନରେ ଆସିବା ପରେ ସମସ୍ତ ଦୋକାନ ବଜାର ଖୋଲିବାକୁ ଅନୁମତି ଦିଆଗଲା ମାତ୍ର ସେଲୁନ ଏବଂ ବିଉଟିପାର୍ଲର ଉପରେ କଟକଣା ଲଗାଯାଇଥିବା ବିରୋଧରେ ଜିଲ୍ଲାପାଳଙ୍କ ଠାରେ ଦାବିପତ୍ର ପ୍ରଦାନ କଲା ବାରିକ ସଂଘ ।

ସେଲୁନ ଖୋଲିବାକୁ ବାରିକ ସଙ୍ଘର ଦାବି

ମହାମାରୀ କୋରୋନାର ସଂକ୍ରମଣ ରୋକିବା ପାଇଁ ଦୀର୍ଘ ଦିନରୁ ହୋଇଥିଲା ଲକଡାଉନ । ତେବେ ସଂକ୍ରମଣ କମିବା ପରେ ଗତ 17 ତାରିଖରୁ ବରଗଡ଼ ଜିଲ୍ଲାରେ ଅନଲକ୍‌ ହୋଇ କୋଭିଡ଼ କଟକଣା କୋହଳ ହୋଇଛି । ସକାଳ 6 ଟାରୁ ସନ୍ଧ୍ୟା 5 ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ଖୋଲା ରହିବାର ନୂତନ ଗାଇଡଲାଇନ କରାଯାଇଥିବା ବେଳେ କିନ୍ତୁ ସେଲୁନ ଏବଂ ବିଉଟିପାର୍ଲର ଗୁଡିକ ବନ୍ଦ ରଖାଯାଇଛି ଯାହାକୁ ନେଇ ତୀବ୍ର ଅସନ୍ତୋଷ ଦେଖାଦେଇଛି ଜିଲ୍ଲାର ବାରିକ ମହାସଂଘ ମଧ୍ୟରେ ।

ତେବେ ଶୁକ୍ରବାର ବରଗଡ଼ ଜିଲ୍ଲାର 12 ଟି ଯାକ ବ୍ଲକରୁ ବହୁ ସଂଖ୍ୟାରେ ବାରିକ ସଂଘର ସଦସ୍ୟ ଆସି ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅନଶତନ କରିଥିଲେ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ତେବେ ସରକାର ଯଦି ସେଲୁନ ଖୋଲିବାର ଅନୁମତି ନଦିଅନ୍ତି ତାହାହେଲେ ବଡ ଧରଣର ଆନ୍ଦୋଳନ କରାଯିବ ବୋଲି ବାରିକ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details