ଓଡିଶା

odisha

ETV Bharat / state

ବିଶ୍ବପ୍ରସିଦ୍ଧ ଧନୁଯାତ୍ରା: ଆରମ୍ଭ ହେଲା କଳାକାର ଚୟନ ପ୍ରକ୍ରିୟା - କଳାକାର ଚୟନ ପ୍ରକ୍ରିୟା

ବରଗଡ଼ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା ପାଇଁ ଆଜିଠୁ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି । ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋଙ୍କ ଦ୍ଵାରା ଏହା ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ

ବିଶ୍ବପ୍ରସିଦ୍ଧ ଧନୁଯାତ୍ରା: ଆରମ୍ଭ ହେଲା କଳାକାର ଚୟନ ପ୍ରକ୍ରିୟା
ବିଶ୍ବପ୍ରସିଦ୍ଧ ଧନୁଯାତ୍ରା: ଆରମ୍ଭ ହେଲା କଳାକାର ଚୟନ ପ୍ରକ୍ରିୟା

By

Published : Nov 7, 2022, 11:08 PM IST

ବରଗଡ଼: ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ ପାଇଁ କଳାକାର ଚୟନ ପ୍ରକିୟା (Dhanuyatra artist selection process)ର ଶୁଭ ଉଦଘାଟନ ଆଜିଠୁ ଆରମ୍ଭ ହୋଇଛି । ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ବରଗଡ଼ର ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋଙ୍କ ଦ୍ଵାରା ଏହା ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଧନୁଯାତ୍ରା ମହୋତ୍ସବ କମିଟିର ସମ୍ପାଦକ ସୁରେଶ୍ଵର ଶତପଥୀ, ପୈାର କାର୍ଯ୍ୟ ନିର୍ବାହ ଅଧିକାରୀ ନାରାୟଣ ଦଣ୍ଡସେନା ପ୍ରମୁଖ ଉପସ୍ଥିତ ଥିଲେ ।

ବିଶ୍ବପ୍ରସିଦ୍ଧ ଧନୁଯାତ୍ରା: ଆରମ୍ଭ ହେଲା କଳାକାର ଚୟନ ପ୍ରକ୍ରିୟା

ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ପାଇଁ ୧୧ଟି ସ୍ଥାନରେ ଅଭିନୟ ପାଇଁ ମହୋତ୍ସବ ସମିତି ପକ୍ଷରୁ କଳାକାର ଚୟନ ପାଇଁ ଦରଖାସ୍ତ ଆହ୍ଵାନ କରାଯାଇଥିଲା । ଏଥିରେ ୨୧୯ ଜଣ କଳାକାର ଚୟନ ପ୍ରକିୟା ରେ ସାମିଲ ପାଇଁ ମନୋନୀତ ହୋଇଥିଲେ । ତେବେ ଆଜି ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ କଳାକାର ଚୟନ ପ୍ରକ୍ରିୟାର ଆରମ୍ଭ ହୋଇଯାଇଛି | ଆଜି କଳାକାର ଚୟନର ପ୍ରଥମ ଦିନରେ ମହାରାଜା ଉଗ୍ରସେନ, ବାସୁଦେବ, ଦେବକୀ, ସେନାପତି ଓ ନାରଦ ଭୂମିକାରେ ଅଭିନୟ ପାଇଁ କଳାକାର ମାନେ ନିଜ ପାରଦର୍ଶିତା ବିଚାରକ ମଣ୍ଡଳୀ ସମ୍ମୁଖରେ ଉପସ୍ଥାପନ କରିଥିଲେ ।

ଏହା ବି ପଢନ୍ତୁ- ହଜିଗଲା ମାନବିକତା, ବାଇକ ଚୋରି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା

ଉଗ୍ରସେନ ଚରିତ୍ର ପାଇଁ ୭ ଜଣ ଆବେଦନ କରିଥିବା ବେଳ ୬ ଜଣ ଉପସ୍ଥିତ ଥିଲେ ସେହିପରି ବାସୁଦେବ ଚରିତ୍ର ପାଇଁ ୧୯ ଜଣ ଆବେଦନ କରିଥିବା ବେଳେ ମାତ୍ର ୧୪ ଜଣ ଉପସ୍ଥିତ ଥିଲେ । ଦେବକୀ ପାଇଁ ୮ ଜଣ ଆବେଦନକାରୀ ମଧ୍ୟରୁ ୪ ଜଣ ଉପସ୍ଥିତ ଥିଲେ । ସେନାପତି ପାଇଁ ୩୭ ଜଣ ଆବେଦନକାରୀ ମଧ୍ୟରୁ ୨୪ ଜଣ ଓ ନାରଦ ଭୂମିକା ପାଇଁ ୧୪ ଜଣ ଆବେଦନକାରୀଙ୍କ ମଧ୍ୟରୁ ୭ ଜଣ କଳାକାର ଉପସ୍ଥିତ ରହି ଅଡିସନରେ ଭାଗ ନେଇଥିଲେ ।

ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ କଳାକାର ମାନେ ଅଂଶ ଗ୍ରହଣ କରିଥିବା ବେଳେ ବିଚାରକ ମଣ୍ଡଳୀର ସଭ୍ୟ ଭାବେ ସମ୍ବଲପୁରର ବ୍ରଜେନ୍ଦ୍ର ନାୟକ, କଳାହାଣ୍ଡିର ପ୍ରଦୀପ ଡି ମାଝୀ, ବଲାଙ୍ଗୀରର ଜମାଲ ଖାନ, ଦେବଗଡର ହେମନ୍ତ ମହାପାତ୍ର, ବରଗଡ଼ର ଲିଟୁ ମହାନ୍ତି, ପଦ୍ମପୁରର ଅଶୋକ ବହିଦାର, ବିଜେପୁରର ଶ୍ରୀଲାଲ ସାଗର ପ୍ରମୁଖ ରହିଥିଲେ ।

ଇଟିଭି ଭାରତ, ବରଗଡ଼

ABOUT THE AUTHOR

...view details