ବରଗଡ଼: ବରଗଡ଼ ଜିଲ୍ଲା କଂଗ୍ରେସ ପକ୍ଷରୁ ଶୁକ୍ରବାର ସ୍ଥାନୀୟ ଗାନ୍ଧୀ ଛକଠାରେ ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଉପଲକ୍ଷେ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ କେନ୍ଦ୍ର ସରକାରଙ୍କ ଚାଷୀ ବିରୋଧୀ ନୀତି ଉପରେ ଏକ ପଥ ପ୍ରାନ୍ତ ପ୍ରତିବାଦ ସଭା କରାଯାଇଥିଲା । ବରଗଡ ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ଯୁଗଳ ପ୍ରସାଦ ସିଂଙ୍କ ସଭାପତିତ୍ବରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଉପସ୍ଥିତ କଂଗ୍ରେସ କର୍ମକର୍ତ୍ତା କେନ୍ଦ୍ର ସରକାରଙ୍କ ଚାଷୀ ବିରୋଧୀ ନୀତି ଉପରେ ବର୍ଷିଥିଲେ । ସରକାରଙ୍କ ନୂତନ କୃଷିନୀତି ସମଗ୍ର ଚାଷୀ ସମାଜକୁ କ୍ଷତିରେ ପକାଇବ ଏବଂ ଚାଷୀଙ୍କ ପ୍ରତି ଏଭଳି ବ୍ୟବହାରକୁ କଂଗ୍ରେସ କେବେ ବରଦାସ୍ତ କରିବ ନାହିଁ ବୋଲି କଂଗ୍ରେସ ଦଳ ଚେତାଇ ଦେଇଥିଲେ ।
ସେହିଭଳି ଉତ୍ତର ପ୍ରଦେଶରେ ଘଟିଥିବା ସାମୁହିକ ଗଣ ଦୁଷ୍କର୍ମକୁ ସେଠାକାର ସରକାର ଘଣ୍ଟ ଘୋଡାଇବା ସହ ପିଡିତାର ମୃତଦେହକୁ ପରିବାର ଵର୍ଗଙ୍କ ଅଜାଣତରେ ପୋଡ଼ିଦେବା ଭଳି ଜଘନ୍ୟ କାର୍ଯ୍ୟକୁ ସମାଲୋଚନା କରି ଏହାକୁ ତୀବ୍ର ନିନ୍ଦା କରାଯାଇଥିଲା ।