ବରଗଡ: ଅତାବିରା ଠାରେ ଆଜି କଂଗ୍ରେସ ଦଳ ପକ୍ଷରୁ ଜାତୀୟ ରାଜପଥ ଅବରୋଧ କରି ଦୀର୍ଘ ଘଣ୍ଟା ଧରି ଚାଲିଥିଲା ଆନ୍ଦୋଳନ । ବରଗଡ-ସମ୍ବଲପୁର ଜାତୀୟ ରାଜପଥ ଅବରୋଧ କରି ଦଳ ପକ୍ଷରୁ ସ୍ଥାନୀୟ ବିଧାୟିକା ସ୍ନେହଙ୍ଗିନୀ ଛୁରିଆଙ୍କ ଏବଂ ଖାଦ୍ୟ ଯୋଗାଣ ମନ୍ତ୍ରୀ ରାଜା ସ୍ବାଇଁଙ୍କର କୁଶ ପୁତ୍ତଳିକା ଦାହ କରାଯାଇଥିଲା । ଗୋଟେପଟେ ଚାଷୀ ତାର ଅମଳ ଧାନ ବିକ୍ରି କରିନପାରି ହନ୍ତସନ୍ତ ହୋଇ ପଡିଥିବାବେଳେ ଖୋଦ ଯୋଗାଣ ମନ୍ତ୍ରୀ ଚାଷୀ ବିରୋଧୀ ମନ୍ତବ୍ୟ ଦେଇଥିବା ଅଭିଯୋଗ କରି ଏହାର ପ୍ରତିବାଦରେ ଆଜି ଜିଲ୍ଲା କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିଛି ।
ଯୋଗାଣ ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା କଂଗ୍ରେସ
ବରଗଡ ଜିଲ୍ଲା ଅତାବିରାରେ ଯୋଗାଣ ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ । ଚାଷୀ ବିରୋଧୀ ମନ୍ତବ୍ୟ ଦେଇଥିବା ଅଭିଯୋଗ କରି ରାସ୍ତାକୁ ଓହ୍ଲାଇଲା କଂଗ୍ରେସ । ଅଧିକ ପଢନ୍ତୁ...
କଂଗ୍ରେସ କରିଥିବା ଅଭିଯୋଗ ଅନୁସାରେ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ ଜିଲ୍ଲାରେ ଚାଷୀ ରବି ଫସଲର ଅମଳ ଧାନ ବିକ୍ରି କରିନପାରି ହନ୍ତସନ୍ତ ହେଉଛନ୍ତି । ଚାଷୀଙ୍କ ଧାନ ପଡିଥିବାବେଳେ ଧାନର ଅଭାବୀ ବିକ୍ରିକୁ ନେଇ ଲଗାତାର ୬ ଦିନ ହେଲା ଚାଷୀମାନେ ଅତାବିରା ଅଞ୍ଚଳରେ ବ୍ଲକ, ତହସିଲ, କୃଷିବିଭାଗ ଆଦି ସମସ୍ତ ସରକାରୀ କାର୍ଯ୍ୟାଳୟ ଭିତରେ ଧାନ ବସ୍ତା ଭର୍ତ୍ତି କରି ଆନ୍ଦୋଳନ କରି ଆସିଛନ୍ତି । କିନ୍ତୁ ଖାଦ୍ୟ ଯୋଗାଣ ମନ୍ତ୍ରୀ ରାଜା ସ୍ଵାଇଁ 99 ପ୍ରତିଶତ ଧାନ ବିକ୍ରି ହୋଇସାରିଛି । ମାତ୍ର ବିରୋଧୀ ଦଳ ଚାଷୀଙ୍କ ଦଲାଲି କରୁଛନ୍ତି ବୋଲି ବିବାଦୀୟ ମନ୍ତବ୍ୟ ଦେଇଥିବା ଅଭିଯୋଗ କରିଛି କଂଗ୍ରେସ । ଏପରି ମନ୍ତବ୍ୟ ବିରୋଧରେ ବ୍ଲକ କଂଗ୍ରେସ ତରଫରୁ ଖାଦ୍ୟ ଯୋଗାଣ ମନ୍ତ୍ରୀ ଓ ସ୍ଥାନୀୟ ବିଧାୟିକାଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ