ବରଗଡ: ଦେଶରେ ବିଭିନ୍ନ ବ୍ୟାଙ୍କ ଗୁଡିକର ମିଶ୍ରଣର ନିଷ୍ପତ୍ତି ପରେ ଅନେକ ବ୍ୟାଙ୍କ ଉଚ୍ଛେଦ ହେବାକୁ ଯାଉଛି । ଫଳରେ ଗ୍ରାମାଞ୍ଚଳ ମାନଙ୍କରେ ଏହାର ପ୍ରଭାବ ଦେଖାଦେଇଛି । ବରଗଡ ଜିଲ୍ଲା ଅତାବିରା ବ୍ଲକ ବୁଗବୁଗା ଗ୍ରାମରେ ଥିବା ଷ୍ଟେଟବ୍ୟାଙ୍କ ଶାଖାର ଉଚ୍ଛେଦ ହେବାକୁ ଥିବାବେଳେ ଗ୍ରାମବାସୀ ଏହାର ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି |
ଏହି ଗ୍ରାମରେ ଦୀର୍ଘ ବର୍ଷରୁ ରହିଥିବା ଷ୍ଟେଟ ବ୍ୟାଙ୍କ ଶାଖା ଏବେ ଉଚ୍ଛେଦ କରାଯାଇ ବନ୍ଦ ହୋଇଯାଇଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଅଞ୍ଚଳବାସୀ । ଯାହାକୁ ନେଇ ବୁଗବୁଗା ଗ୍ରାମବାସୀ ଜିଲ୍ଲାପାଳ ଅଫିସ ଆଗରେ ଧାରଣାରେ ବସିଥିଲେ । ବୁଗବୁଗା ଠାରେ ଏହି ଷ୍ଟେଟ ବ୍ୟାଙ୍କ ଶାଖା ହେବା ପରଠୁ ବହୁ ମହିଳା ଓ SHG ସଂଗଠନ ସ୍ବାବଲମ୍ବୀ ହୋଇପାରିଥିଲେ । ଚାଷୀମାନେ ମଧ୍ୟ ଏଥିପାଇଁ ଉପକୃତ ହେଉଥିଲେ । କିନ୍ତୁ ଏହା ହଠାତ ବନ୍ଦ ହୋଇଯିବାରୁ ନିରାଶ ହୋଇପଡିଛନ୍ତି ବୁଗବୁଗା ଅଞ୍ଚଳବାସୀ | ବ୍ୟାଙ୍କ ସେବାପାଇଁ ଏବେ ସମସ୍ତଙ୍କୁ ୧୦ କିଲୋମିଟର ଦୂରକୁ ଯିବାକୁ ପଡିବ ଯାହାକି ମହିଳା ମାନଙ୍କ ପକ୍ଷରେ ଅସମ୍ଭବ ହୋଇପଡିଛି |