ଓଡିଶା

odisha

ETV Bharat / state

୩ ଘଣ୍ଟା ପାଇଁ ରାସ୍ତା ଅବରୋଧ କଲେ ବରଗଡ ଜିଲ୍ଲାର ବିଜେପି କାର୍ଯ୍ୟକର୍ତ୍ତା - Bargarh bjp workers

ବାଜପେଇ ଛକ ଠାରେ ୩ ଘଣ୍ଟା ରାଜରାସ୍ତା ଅବରୋଧ କଲେ ବରଗଡ ଜିଲ୍ଲା ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା। ମଣ୍ଡିରେ ହଜାର ହଜାର ବସ୍ତା ଧାନ ପଡିରହିଥିବା ଅଭିଯୋଗ ନେଇ ରାଜରାସ୍ତା ଅବରୋଧ କରିଛନ୍ତି । ଅଧିକ ପଢନ୍ତୁ...

୩ ଘଣ୍ଟା ପାଇଁ ରାସ୍ତା ଅବରୋଧ କଲେ ବରଗଡ ଜିଲ୍ଲାର ବିଜେପି କାର୍ଯ୍ୟକର୍ତ୍ତା
୩ ଘଣ୍ଟା ପାଇଁ ରାସ୍ତା ଅବରୋଧ କଲେ ବରଗଡ ଜିଲ୍ଲାର ବିଜେପି କାର୍ଯ୍ୟକର୍ତ୍ତା

By

Published : Feb 13, 2021, 3:57 PM IST

Updated : Feb 13, 2021, 5:47 PM IST

ବରଗଡ: ବାଜପେଇ ଛକ ଠାରେ ୩ ଘଣ୍ଟା ରାଜରାସ୍ତା ଅବରୋଧ କଲେ ବରଗଡ ଜିଲ୍ଲା ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା। ରବିଋତୁ ଧାନ ଚାଷ କାର୍ଯ୍ୟ ଆରମ୍ଭ ହେବାକୁ ଥିବା ବେଳେ ଟୋକେନ ଅବ୍ୟବସ୍ଥା ଯୋଗୁଁ ସମସ୍ତ ମଣ୍ଡିରେ ହଜାର ହଜାର ବସ୍ତା ଧାନ ପଡିରହିଥିବା ଅଭିଯୋଗ ନେଇ ରାଜରାସ୍ତା ଅବରୋଧ କରିଛନ୍ତି ।

ସମସ୍ତ ମଣ୍ଡିରେ ଧାନ ଖୋଲା ଆକାଶ ତଳେ ପଡିରହିଛି, ରବିଋତୁ ଧାନ ଚାଷ ପାଇଁ ଚାଷୀମାନେ ପ୍ରସ୍ତୁତି କାମ ଛାଡି ମଣ୍ଡି ମାନଙ୍କରେ ନିଜର ଧାନ ଜଗିଛନ୍ତି । ଆଜି ବିଜେପି ଦଳ ପକ୍ଷରୁ 3 ଘଣ୍ଟିଆ ରାଜରାସ୍ତା ବନ୍ଦ କରାଯାଇଛି। ତେବେ ୫୬ ନମ୍ବର ଜାତୀୟ ରାଜପଥରେ ହଜାର ହଜାର ଟ୍ରକ ଅଟକି ରହିଥିବାବେଳେ ଜନସାଧାରଣଙ୍କ ଯାତାୟାତ ମଧ୍ୟ ଠପ ହୋଇପଡିଛି ।

୩ ଘଣ୍ଟା ପାଇଁ ରାସ୍ତା ଅବରୋଧ କଲେ ବରଗଡ ଜିଲ୍ଲାର ବିଜେପି କାର୍ଯ୍ୟକର୍ତ୍ତା

ତେବେ ଆଜିର ତିନି ଘଣ୍ଟିଆ ଆନ୍ଦୋଳନ ଜିଲ୍ଲା ପ୍ରଶାସନକୁ ଏକ ଚେତାବନୀ ଦେଇଛି। ଏହାସହ ଯଥା ଶୀଘ୍ର ଏହି ସମସ୍ୟାର ସମାଧାନ ନକଲେ ଆଗାମୀ ଦିନରେ ପୁଣି ରାଜରାସ୍ତା ଅବରୋଧ କରି ବିରାଟ ଆନ୍ଦୋଳନ ହେବ ବୋଲି ଭାରତୀୟ ଜନତା ପାର୍ଟି ତରଫରୁ ଚେତାବନୀ ଦେଇଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Last Updated : Feb 13, 2021, 5:47 PM IST

ABOUT THE AUTHOR

...view details