ଓଡିଶା

odisha

By

Published : Jun 4, 2021, 7:47 AM IST

ETV Bharat / state

ବିଦ୍ୟୁତ କାଟ ପ୍ରତିବାଦରେ ବିଜେପିର ଧାରଣା, ସାମିଲ ହେଲେ ସାଂସଦ ସୁରେଶ ପୂଜାରୀ

ବରଗଡରେ ବାରମ୍ବାର ବିଜୁଳି ବିଭ୍ରାଟକୁ ପ୍ରତିବାଦ କରି ଧାରଣା ଦେଲା ବିଜେପି । ଏହି ଧାରଣାରେ ସାମିଲ ହେଲେ ଲୋକସଭା ସାଂସଦ ସୁରେଶ ପୂଜାରୀ । ଅଧିକ ପଢନ୍ତୁ...

ବିଦ୍ୟୁତ କାଟ ପ୍ରତିବାଦରେ ବିଜେପିର ଧାରଣା, ସାମିଲ ହେଲେ ସାଂସଦ ସୁରେଶ ପୂଜାରୀ
ବିଦ୍ୟୁତ କାଟ ପ୍ରତିବାଦରେ ବିଜେପିର ଧାରଣା, ସାମିଲ ହେଲେ ସାଂସଦ ସୁରେଶ ପୂଜାରୀ

ବରଗଡ:ଜିଲ୍ଲାରେ ବାରମ୍ବାର ବିଜୁଳି ବିଭ୍ରାଟ ବିରୁଦ୍ଧରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ବରଗଡ ଗାନ୍ଧୀ ଛକ ଠାରେ ଧାରଣା ଦିଆଯାଇଛି । ମହାମାରୀ କୋରୋନା ସମୟରେ ଲକଡାଉନ ସଟଡାଉନ ବଳବତ୍ତର ରହିଛି । ସେପଟେ ବିଭିନ୍ନ ହସ୍ପିଟାଲ ତଥା ହୋମ ଆଇସୋଲେସନରେ କୋରୋନା ରୋଗୀମାନେ ଥିବାବେଳେ ବିଦ୍ୟୁତ ବିଭ୍ରାଟ ହେବା ଯୋଗୁଁ ଜନସାଧାରଣଙ୍କ ସମେତ ରୋଗୀମାନେ ହନ୍ତସନ୍ତ ହେଉଥିବା ଅଭିଯୋଗ କରିଛି ବିଜେପି । ଏନେଇ ଦଳ ପକ୍ଷରୁ ଧାରଣା ଦିଆଯାଇଛି ।

ବିଦ୍ୟୁତ କାଟ ପ୍ରତିବାଦରେ ବିଜେପିର ଧାରଣା, ସାମିଲ ହେଲେ ସାଂସଦ ସୁରେଶ ପୂଜାରୀ

ବରଗଡ ଲୋକସଭା ସାଂସଦ ସୁରେଶ ପୂଜାରୀ ଧାରଣାରେ ସାମିଲ ହେବା ସହ ବିଦ୍ୟୁତ ସେବାରୁ ଲୋକଙ୍କୁ ବଞ୍ଚିତ ନ କରିବା ପାଇଁ ଦାବି କରିଛନ୍ତି । ଗାନ୍ଧୀଛକ ଧାରଣା ସ୍ଥଳରେ ବିଜେପି ବରଗଡ ଜିଲ୍ଲା ସଭାପତି ଅଶ୍ଵିନୀ ଷଡ଼ଙ୍ଗୀଙ୍କ ସମେତ ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ବିଦ୍ୟୁତର ଲୁଚକାଳି ବନ୍ଦ ନ ହେଲେ ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାବନୀ ଦେଇଛନ୍ତି ବିଜେପି ବରଗଡ ଜିଲ୍ଲା ସଭାପତି ।

ବରଗଡରୁ ରାଜେଶ ସରାପ୍, ଇଟିଭି ଭାରତ

ABOUT THE AUTHOR

...view details