ବରଗଡ: ମୁଖ୍ୟ ସହରଠାରୁ 8 କିଲୋମିଟର ଦୂରରେ ନବ ନିର୍ମିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମଙ୍ଗଳବାର ଶୁଭ ଉଦଘାଟନ ହେବାକୁ ଯାଉଛି । ଏହି ଅବସରରେ ଜିଲ୍ଲା ବିଜେପି ପକ୍ଷରୁ ସହରରେ ଥିବା ଜିଲ୍ଲା ଚିକିତ୍ସାଳୟକୁ ବରଗଡ ସିଟି ହସ୍ପିଟାଲ ଭାବେ ଘୋଷଣା କରାଯିବା ଏବଂ ସେଠାରେ କ୍ୟାନ୍ସର ହସ୍ପିଟାଲ ନିର୍ମାଣ କରାଯିବା ନେଇ ଦୃଢ ଦାବି କରାଯାଇଛି । ବରଗଡ ଜିଲ୍ଲାପାଳଙ୍କ ଜରିଆରେ ଏନେଇ ରାଜ୍ୟପାଳଙ୍କୁ ଏକ ଦାବିପତ୍ର ଦିଆଯାଇଥିବା ନେଇ ସୋମବାର ଆୟୋଜିତ ଏକ ସାମ୍ବାଦିକ ସମ୍ବିଳନୀରେ ଦଳ ପକ୍ଷରୁ କୁହାଯାଇଛି ।
ସହର ଭିତରେ ରହିଥିବା ମୁଖ୍ୟ ଚିକିତ୍ସାଳୟକୁ ଅନ୍ୟତ୍ର ଦୂର ସ୍ଥାନକୁ ସ୍ଥାନାନ୍ତରଣ କରାଗଲେ ଜନସାଧାରଣ ତଥା ରୋଗୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେବେ ବୋଲି ଦଳ ପକ୍ଷରୁ କୁହାଯାଇଥିଲା । ଏନେଇ ଦଳ ପକ୍ଷରୁ ବିରୋଧ କରାଯାଇଥିଲା ବି କୌଣସି ସଫଳତା ମିଳିନଥିଲା ।