ଓଡିଶା

odisha

ETV Bharat / state

ଚାଷୀ ସମସ୍ୟା ସମାଧାନ ଦାବିରେ ଜିଲ୍ଲା ଯୋଗାଣ ଅଫିସ ଘେରାଉ - district supply office

ରବି ଫସଲର ଅମଳ ଧାନ ବିକ୍ରି କରିନପାରି ବରଗଡ଼ ଜିଲ୍ଲାର ଚାଷୀଙ୍କ ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ ଚାଷୀଙ୍କ ସମସ୍ୟାର ସମାଧାନ ନିମନ୍ତେ ବରଗଡ ବାର ଆସୋସିଏସନ ଆଗକୁ ଆସିଛି ।

ଚାଷୀ ସମସ୍ୟାର ସମାଧାନ ନେଇ ଜିଲ୍ଲା ଯୋଗାଣ ଅଫିସ ଘେରିଲା ବରଗଡ଼ ବାର ଏସୋସିଏସନ
ଚାଷୀ ସମସ୍ୟାର ସମାଧାନ ନେଇ ଜିଲ୍ଲା ଯୋଗାଣ ଅଫିସ ଘେରିଲା ବରଗଡ଼ ବାର ଏସୋସିଏସନ

By

Published : Jun 25, 2021, 6:59 AM IST

ବରଗଡ: ରବି ଫସଲର ଅମଳ ଧାନ ବିକ୍ରି କରିନପାରି ବରଗଡ଼ ଜିଲାର ଚାଷୀଙ୍କ ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ବରଗଡ ବାର ଆସୋସିଏସନ ଆଗକୁ ଆସିଛି । ଜିଲ୍ଲା ଯୋଗାଣ ଅଫିସରେ ତାଲା ପକାଇ ଆନ୍ଦୋଳନ ଜାରି ରଖିଛି ବାର ଆସୋସିଏସନ ।

ଚାଷୀ ସମସ୍ୟାର ସମାଧାନ ନେଇ ଜିଲ୍ଲା ଯୋଗାଣ ଅଫିସ ଘେରିଲା ବରଗଡ଼ ବାର ଏସୋସିଏସନ

ସରକାରଙ୍କ ଟୋକାନ ବ୍ୟବସ୍ଥା ପରି ଭୁଲ ନିଷ୍ପତ୍ତି କାରଣରୁ ଆଜି ଓଡିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ ଜିଲ୍ଲାର ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡିଛି। ଟୋକନ ସମସ୍ୟା କାରଣରୁ ବହୁ ଚାଷୀ ନିଜର ଅମଳ ଧାନ ବିକ୍ରି କରିନପାରି ଆଜି ଦୟନୀୟ ଅବସ୍ଥାରେ ଥିବାବେଳେ ଓକିଲ ସଂଘ ଆନ୍ଦୋଳନକୁ ଓହ୍ଲାଇଛି ।

ରବି ଧାନ ବିକ୍ରି ପାଇଁ ବରଗଡର ଚାଷୀ ବହୁ ସମସ୍ୟାର ସମ୍ମୁଖୀନ ହେଉଛି । ମଣ୍ଡିକୁ ଧାନ ବିକ୍ରି ପାଇଁ ଚାଷୀମାନେ ଧାନ ଆଣୁଥିଲେ ସୁଦ୍ଧା ଟୋକନ ଅବଧି ଶେଷ, ଟୋକନରେ ତ୍ରୁଟି, ଧାନରେ ଆର୍ଦ୍ରତା, ଟାର୍ଗେଟ ଅଭାବ ଆଦି ଆଳ ଦେଖାଇ ଧାନ କିଣାଯାଉ ନଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ଅସନ୍ତୋଷ ବଢ଼ି ଚାଲିଥିବାବେଳେ ଆନ୍ଦୋଳନ ମଧ୍ୟ ତେଜିବାରେ ଲାଗିଛି । ଏହି କ୍ରମରେ ବରଗଡ଼ ଜିଲା ଓକିଲ ସଂଘ ମଧ୍ୟ ଚାଷୀଙ୍କ ସପକ୍ଷରେ ଆନ୍ଦୋଳନକୁ ଓହ୍ଲାଇଛି ସମସ୍ୟାର ସମାଧାନ ଦାବି କରିଛି ।

ଓକିଲ ସଂଘର କର୍ମକର୍ତ୍ତା ଏବଂ ସଭ୍ୟବୃନ୍ଦ ଜିଲ୍ଲା ଯୋଗାଣ କାର୍ଯ୍ୟାଳୟରେ ପହଞ୍ଚି ଧାନ କିଣାବିକା ସମସ୍ୟାର ପ୍ରତିବାଦ କରିଥିଲେ । ଏହା ସହିତ ଜିଲ୍ଲା ଯୋଗାଣ କାର୍ଯ୍ୟାଳୟ ଭିତରେ ରହିଥିବା ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ସମେତ ଅନ୍ୟ କର୍ମଚାରୀଙ୍କୁ ବାହାରକୁ ଚାଲି ଆସିବାକୁ କହିଥିଲେ । ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀ ଏବଂ ଅନ୍ୟ ବିଭାଗୀୟ କର୍ମଚାରୀମାନେ ବାହାରକୁ ବାହାରି ଆସିବା ପରେ ଓକିଲ ସଂଘର କର୍ମକର୍ତ୍ତା ଏବଂ ସଭ୍ୟବୃନ୍ଦ ଯୋଗାଣ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ଯେ ପର୍ଯ୍ୟନ୍ତ ଚାଷୀଙ୍କ ସମସ୍ୟାର ସମାଧାନ ନହୋଇଛି ସେ ପର୍ଯ୍ୟନ୍ତ ଯୋଗାଣ ଅଫିସରେ ତାଲା ପକାଇ ଆନ୍ଦୋଳନ ଜାରି ରହିବା ବୋଲି ଓକିଲ ସଂଘ ପକ୍ଷରୁ ଚେତାବନୀ ଦଇଆଯାଇଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details