ଓଡିଶା

odisha

ETV Bharat / state

ବସ୍ତାନୀ ବଦଳରେ 10 ବର୍ଷର ପୁଅ କାନ୍ଧରେ ଦାୟିତ୍ବର ପାହାଡ - ବରଗଡ କୁନି ବାଳକ ନ୍ୟୁଜ

ଖେଳ କୁଦ ଏବଂ ପାଠପଢା ବୟସରେ କୁନି ପିଲା ମୁଣ୍ଡରେ ପଡିଛି ଦାୟିତ୍ଵର ପାହାଡ । ବରଗଡ ଜିଲ୍ଲା ପାଇକମାଳ ବ୍ଲକ ଅନ୍ତର୍ଗତ ଲୁକୁପାଳି ଗ୍ରାମର10 ବର୍ଷର ନାବାଳକ ସୁମନ୍ତ ଧରୁଆ ପରିବାର ପ୍ରତିପୋଷଣ ପାଇଁ ଘର ଘର ବୁଲି ପାଉଁରୁଟି ବିକୁଛି । ଅଧିକ ପଢନ୍ତୁ...

ବହି ବଦଳରେ କୁନି ହାତରେ ଦାୟିତ୍ଵର ପାହାଡ
ବହି ବଦଳରେ କୁନି ହାତରେ ଦାୟିତ୍ଵର ପାହାଡ

By

Published : Jul 23, 2021, 8:24 AM IST

ବରଗଡ: 10 ବର୍ଷ ନାବାଳକ ଉପରେ ପରିବାରର 5 ଜଣଙ୍କ ବୋଝ । ଖେଳ କୁଦ ଏବଂ ପାଠ ପଢା ବୟସରେ କୁନି ପିଲା ମୁଣ୍ଡରେ ପଡିଛି ଦାୟିତ୍ଵର ପାହାଡ । ବରଗଡ ଜିଲ୍ଲା ପାଇକମାଳ ବ୍ଲକ ଅନ୍ତର୍ଗତ ଲୁକୁପାଳି ଗ୍ରାମର 10 ବର୍ଷର ନାବାଳକ ସୁମନ୍ତ ଧରୁଆ ପରିବାର ପ୍ରତିପୋଷଣ ପାଇଁ ଘର ଘର ବୁଲି ପାଉଁରୁଟି ବିକୁଛି ।

ବହି ବଦଳରେ କୁନି ହାତରେ ଦାୟିତ୍ଵର ପାହାଡ

ଲୁକୁପାଳି ଗାଁର ବିଜୟନଗର ପଡାରେ ବାସ କରେ 10 ବର୍ଷର ବାଳକ ସୁମନ୍ତ ଧରୁଆ ଓ ତାଙ୍କ ପରିବାର । ପରିବାର କହିଲେ ସୁମନ୍ତଙ୍କୁ ମିଶାଇ 4 ଜଣ ଅନାଥ ଭାଇ ଭଉଣୀ ଏବଂ ବୃଦ୍ଧ ଅଜା ଓ ଆଈ । ସୁମନ୍ତଙ୍କ ପିତା କାଶୀ ଧରୁଆ ଗତ ୧୦ ବର୍ଷ ହେଲା ମୃତ୍ୟୁବରଣ କରି ସାରିଥିବା ବେଳେ ସୁମନ୍ତଙ୍କ ମା ତପସ୍ବନୀ ଧରୁଆ ଘର ଛାଡି କୁଆଡେ ଚାଲି ଯାଇଛନ୍ତି ।

ସେବେଠୁ ଅସହାୟ ପିଲା ମାନେ ବୃଦ୍ଧା ଅଜା ଆଈଙ୍କ ପାଖରେ ରହିଆସୁଛନ୍ତି । ମାତ୍ର ବୟସାଧିକ କାରଣରୁ ଅଜା ଆଈ କିଛି କାମ କରିପାରୁନାହାନ୍ତି । ଏଣୁ 10 ବର୍ଷର ସୁମନ୍ତ ବାଧ୍ୟ ହୋଇ ପାଉଁରୁଟି ବିକ୍ରି କରି ପରିବାର ପ୍ରତିପୋଷଣ କରୁଛି ।

ଦାରିଦ୍ର୍ୟତା କାରଣରୁ ଚାରି ଛୁଆଙ୍କ ଶିକ୍ଷାରେ ମଧ୍ୟ ଡୋରି ପଡ଼ିଛି । ଏ ପର୍ଯ୍ୟନ୍ତ କୌଣସି ପ୍ରକାର ସରକାରୀ ସହାୟତା ମିଳି ନଥିବା ସୁମନ୍ତଙ୍କ ଅଜା ରାମ ଧରୁଆ ଅଭିଯୋଗ କରିଛନ୍ତି । ଏଣୁ ଯଥାଶୀଘ୍ର ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତ୍ରୋଦୟ ଅନ୍ନ ଯୋଜନା କାର୍ଡଟିଏ, ରହିବା ପାଇଁ ଘର ଖଣ୍ଡେ ପ୍ରଦାନ କରିବା ସହ ନାବାଳକ ସୁମନ୍ତଙ୍କ ଶିକ୍ଷା ଉପରେ ସ୍ଥାନୀୟ ପ୍ରଶାସନ ଶୀଘ୍ର ଦୃଷ୍ଟି ଆକର୍ଷଣ କରିବା ପାଇଁ ଗାଁ ଲୋକେ ଅନୁରୋଧ କରିଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details