ବରଗଡ: ୨୭୦୦ ପ୍ରକାରର ଔଷଧୀୟ ବୃକ୍ଷଲତା ସହ ଗରିବଙ୍କ ରୋଜଗାର ପାଲଟିଛି ବରଗଡ ଜିଲ୍ଲା ପାଇକମାଲ ବ୍ଲକସ୍ଥିତ ଗନ୍ଧମାର୍ଦ୍ଦନ ପର୍ବତ । ଲୋକଙ୍କୁ ବହୁ ଅସାଧ୍ୟ ରୋଗର ଔଷଧ ଯୋଗାଇ ଦେବା ସହ ଗରିବଙ୍କ ପେଟ ପାଟଣାର କାରଣ ସାଜିଛି ଏହି ପର୍ବତ ।
ଐତିହାସିକ ବୌଦ୍ଧ ଯୁଗରେ 'ପରିମଳଗିରି' ନାମରେ ପରିଚିତ ଥିଲା ଏହି ପର୍ବତ । ସ୍ଥାନୀୟ ଲୋକେ ଏହାକୁ 'ବୁଢାଡଙ୍ଗର' ବୋଲି ମଧ୍ୟ କହିଥାନ୍ତି । ତେବେ ଏହି ଗନ୍ଧମାର୍ଦ୍ଦନ ପର୍ବତରେ ଭରିରହିଛି ବହୁ ସଂଖ୍ୟକ ଓ ବିପୁଳ ପରିମାଣରେ ବନୌଷଧି ଲତା ଗୁଳ୍ମ । ଯାହା ଆୟୁର୍ବେଦ ଚିକିତ୍ସା ଖୁବ୍ ଉପଯୋଗୀ । ଏହାକୁ ଔଷଧୀୟ ବୃକ୍ଷଲତାର ଏକ ଅସରନ୍ତି ଭଣ୍ଡାର ମଧ୍ୟ କୁହାଯାଏ । ଏହି ପର୍ବତରେ ୨୭୦୦ ପ୍ରକାର ବନୌଷଧି ଲତା ଗୁଳ୍ମ ରହିଥିବା ବଟାନିକାଲ ସର୍ଭେ ଅଫ ଇଣ୍ଡିଆର ଏକ ରିପୋର୍ଟରୁ ଜଣାପଡିଛି ।