ଓଡିଶା

odisha

ETV Bharat / state

ହାଜତ ମୃତ୍ୟୁ ଘଟଣା: ଜିଲ୍ଲାପାଳ ଅଫିସ ଘେରାଉ - ବରଗଡ଼ ହାଜତ ମୃତ୍ୟୁ ଘଟଣା

ବରଗଡ଼ ଟାଉନ ଥାନାରେ ଗତ ସେପ୍ଟେମ୍ବର ୨୫ ତାରିଖରେ ହୋଇଥିବା ହାଜତ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ପୋଲିସ ମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ବିରୋଧରେ ବରଗଡ଼ର ବହୁଜନ ମିଳିତ ମଞ୍ଚ ପକ୍ଷରୁ ବିଶାଳ ଜନସମାବେଶ । ଅଧିକ ପଢନ୍ତୁ...

ଟାଉନ ଥାନା ହାଜତ ମୃତ୍ୟୁ ଘଟଣା: ଜିଲ୍ଲାପାଳ ଅଫିସ ଘେରିଲେ ବହୁଜନ ମିଳିତ ମଞ୍ଚ
ଟାଉନ ଥାନା ହାଜତ ମୃତ୍ୟୁ ଘଟଣା: ଜିଲ୍ଲାପାଳ ଅଫିସ ଘେରିଲେ ବହୁଜନ ମିଳିତ ମଞ୍ଚ

By

Published : Oct 9, 2021, 5:53 PM IST

ବରଗଡ଼: ବରଗଡ଼ ଟାଉନ ଥାନାରେ ଗତ ସେପ୍ଟେମ୍ବର ୨୫ ତାରିଖରେ ହୋଇଥିବା ହାଜତ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ପୋଲିସ ମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ବିରୋଧରେ ବରଗଡ଼ର ବହୁଜନ ମିଳିତ ମଞ୍ଚ ପକ୍ଷରୁ ବିଶାଳ ଜନସମାବେଶ କରାଯାଇ ଜିଲ୍ଲାପାଳ ଅଫିସକୁ ଘେରାଉ କରାଯାଇଥିଲା । ହାଜତ ମୃତ୍ୟୁ ଘଟଣାକୁ ଆଜକୁ 15 ଦିନ ବିତି ଯାଇଥଲେ ସୁଦ୍ଧା ପୋଲିସ କର୍ମଚାରୀଙ୍କ ବିରୋଧରେ ଥାନାରେ ହୋଇଥିବା ଲିଖିତ ଅଭିଯୋଗର ଏପର୍ଯ୍ୟନ୍ତ କୌଣସି FIR ହୋଇନାହିଁ । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଆକ୍ରୋଶ ବଢ଼ିଚାଲିଛି ।

ଟାଉନ ଥାନା ହାଜତ ମୃତ୍ୟୁ ଘଟଣା: ଜିଲ୍ଲାପାଳ ଅଫିସ ଘେରିଲେ ବହୁଜନ ମିଳିତ ମଞ୍ଚ

ତୋରା ଗ୍ରାମ ପଞ୍ଚାୟତ ତଳିପଡ଼ାର ଗୋବିନ୍ଦ କୁମ୍ଭାର ନାମକ ଯୁବକଙ୍କୁ ରାତ୍ରି ୨ଟାରେ ପୋଲିସ ଘରୁ ଉଠାଇ ଆଣିଥିଲା ମାତ୍ର, ପୋଲିସ ହେପାଜତରେ ଥିବାବେଳେ ଗତ ସେପ୍ଟେମ୍ବର ୨୫ ତାରିଖ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣାକୁ ନେଇ ଚାପା ଉତ୍ତେଜନା ଲାଗି ରହିଛି । ଅଭିଯୁକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ବରଗଡ଼ ସହରରେ ବହୁଜନ ମିଳିତ ମଞ୍ଚ ପକ୍ଷରୁ ବିକ୍ଷୋଭ ଶୋଭାଯାତ୍ରା ହୋଇଛି । ମଞ୍ଚର ହଜାର ହଜାର ମହିଳା, ପୁରୁଷ ସ୍ଥାନୀୟ ଲୋକ ମଣ୍ଡପ ପଡ଼ିଆରେ ସମବେତ ହୋଇଥିଲେ । ସେଠାରୁ ବିକ୍ଷୋଭ ଶୋଭାଯାତ୍ରାରେ ବାହାରି ଏସ୍‌ପି ଅଫିସ ଛକ ଦେଇ ଜିଲ୍ଲାପାଳ ଅଫିସରେ ପହଞ୍ଚି ଗୋବିନ୍ଦଙ୍କ ମୃତ୍ୟୁରେ ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ ।

ଗତମାସ ୨୪ ତାରିଖ ବିଳମ୍ବିତ ରାତିରେ ବରଗଡ଼ ଟାଉନ ଥାନା ପୋଲିସ ଗୋବିନ୍ଦଙ୍କୁ ଘରୁ ଉଠାଇ ଆଣିଥିଲା । ୨୫ ତାରିଖ ସକାଳେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ପରିବାର ଲୋକେ ତାଙ୍କ ମୃତଦେହ ଦେଖିବାକୁ ପାଇଥିଲେ । ଲୋକେ ମୃତଦେହ ରଖି ରାସ୍ତା ଅବରୋଧ କରିଥିଲେ ଏବଂ ପୋଲିସ ଲାଠି ଚାଳନା ମଧ୍ୟ କରିଥିଲା । ଘଟଣାର ସମ୍ବେଦନଶୀଳତା ଦୃଷ୍ଟିରୁ ଏହି ଘଟଣାର ତଦନ୍ତ ପାଇଁ ଏସ୍‌ପି ରାହୁଲ ଜୈନ ମାନବାଧିକାର ସୁରକ୍ଷା ସେଲ (ଏଚ୍‌ଆରପିସି) ଏଡିଜିଙ୍କୁ ଅନୁରୋଧ କରିଥିଲେ । ଏହି କ୍ରମରେ ଏଚ୍‌ଆରପିସିସ ଏହି ଘଟଣାର ତଦନ୍ତ କରୁଛନ୍ତି । ମାତ୍ର ଆଜିଯାଏଁ ଏହି ଘଟଣାରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବା ନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନା ବଢ଼ିଚାଲିଛି ଏବଂ ଏପରି ଜନଆନ୍ଦୋଳନ ବରଗଡ଼ରେ ବଢ଼ିବାରେ ଲାଗିଛି ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details