ଓଡିଶା

odisha

By

Published : Nov 21, 2019, 3:23 PM IST

ETV Bharat / state

ପଶ୍ଚିମ ଓଡିଶାରେ ତାତିଲେ ଚାଷୀ

ପଶ୍ଚିମ ଓଡିଶାରେ ତେଜୁଛି ଟୋକନ ବିରୋଧୀ ଚାଷୀ ଆନ୍ଦୋଳନ । ଗତ ସୋମବାରରୁ ଚାଷୀମାନେ ବରଗଡ଼, ଅତାବିରା, ଭେଡେନ ଅଞ୍ଚଳର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ବନ୍ଦ କରି ଦେଇଥିବା ବେଳେ ଗୁରୁବାର  ମହାଲକ୍ଷ୍ମୀଙ୍କ ପୂଜାରେ ରାସ୍ତା ଉପରେ ହଜାର ହଜାର ବସ୍ତା ଧାନ ଗଦା କରି ବରଗଡ଼ ସମ୍ବଲପୁର ରାସ୍ତା ସମ୍ପୂର୍ଣ୍ଣ ବନ୍ଦ କରିଛନ୍ତି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ

ବରଗଡ: ପଶ୍ଚିମ ଓଡିଶାରେ ତେଜୁଛି ଟୋକନ ବିରୋଧୀ ଚାଷୀ ଆନ୍ଦୋଳନ । ଗତ ସୋମବାରରୁ ଚାଷୀମାନେ ବରଗଡ଼, ଅତାବିରା, ଭେଡେନ ଅଞ୍ଚଳର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ବନ୍ଦ କରି ଦେଇଥିବା ବେଳେ ଗୁରୁବାର ମହାଲକ୍ଷ୍ମୀଙ୍କ ପୂଜାରେ ରାସ୍ତା ଉପରେ ହଜାର ହଜାର ବସ୍ତା ଧାନ ଗଦା କରି ବରଗଡ଼ ସମ୍ବଲପୁର ରାସ୍ତା ସମ୍ପୂର୍ଣ୍ଣ ବନ୍ଦ କରିଛନ୍ତି।

ତେବେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଟୋକନ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯାଇଛି ଯାହାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଯାହାର ବିରୋଧ କରି ବରଗଡ଼ ଜିଲ୍ଲାରେ ଚାଷୀ ଆନ୍ଦୋଳନ ଉଗ୍ର ରୁପ ଧାରଣ କରିଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ତେବେ ଗୋଡଭଗା ସମଲେଶ୍ବରୀ ମନ୍ଦିର ସମ୍ମୁଖ ରାଜପଥରେ ଚାଷୀମାନେ ଧାନ ଗଦା କରି ଟୋକନ ବ୍ୟବସ୍ଥାର ପ୍ରତିବାଦ କରିବା ସହ ଏହି ବ୍ୟବସ୍ଥାକୁ ଉଠାଇବା ପାଇଁ ଦାବି କରିଛନ୍ତି। ଅନ୍ୟପଟେ ରାସ୍ତାରେ ଧାନ ଗଦା ହୋଇଥିବାରୁ ରାଜପଥ ଅବରୋଧ ହୋଇଛି। ଫଳରେ ରାଜପଥର ଉଭୟ ପାଶ୍ବରେ ଯାନବାହାନ ଅଟକି ରହିବା ସହ ଯାତାୟତ ବାଧାପ୍ରାପ୍ତ ହୋଇଛି।

ତେବେ ସ୍କୁଲ ବସ୍‌ ଏବଂ ଆମ୍ବୁଲାନ୍ସକୁ ଛାଡ଼ିଦେଇ ସମସ୍ତ ଯାନବାହାନ ଯିବା ଆସିବା ବନ୍ଦ ରହିଛି । ଘଟଣାସ୍ଥଳରେ ଅପ୍ରିତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ବ୍ୟାପକ ପୋଲିସ ମୃତୟନ କରାଯାଇଛି। ଚାଷୀଙ୍କ ସହିତ ଉପଜିଲ୍ଲାପାଳଙ୍କ ଆଲୋଚନା ସତ୍ତ୍ଵେ ଚାଷୀ ନିଜ ଦାବିରେ ଅଟଳ ଅଛନ୍ତି । ଯେପର୍ଯ୍ୟନ୍ତ ସରକାର ଏହି ଟୋକନ ସିଷ୍ଟମକୁ ଉଚ୍ଛେଦ ନ କରିଛନ୍ତି ଆନ୍ଦୋଳନରୁ ଚାଷୀ ଓହରିବେ ନାହିଁ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି ।

ଅନ୍ୟପଟେ ସରକାରଙ୍କ ନିଷ୍ପତ୍ତିରେ ଜିଲ୍ଲାପ୍ରଶାସନ ଦଖଲ ଦେଇପାରିବେ ନାହିଁ ବୋଲି ଜଣାଇ ଦେଇଛନ୍ତି। ତେବେ ସରକାର ଯାହା ନିଷ୍ପତ୍ତି ନେବେ ସେ ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ ଉଭୟ ଚାଷୀ ଓ ପ୍ରଶାସନ ସରକାରଙ୍କ ନିଷ୍ପତ୍ତି ଉପରେ ନଜର ରଖିଛନ୍ତି।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details