ବରଗଡ: ନୂତନ କୃଷକ ଆଇନକୁ ସାରା ଦେଶରେ ଚାଷୀ ମାନେ ବିରୋଧ କରି ଦିଲ୍ଲୀ ଠାରେ ଦୀର୍ଘ ଦିନ ହେଲା ଆନ୍ଦୋଳନ ଜାରି ରଖିଥିବା ବେଳେ ଅନେକ ଚାଷୀଙ୍କ ଆନ୍ଦୋଳନ ସ୍ଥଳରେ ମୃତ୍ୟୁ ହୋଇସାରିଛି। ତେବେ ନିଜର ହକ ପାଇଁ କେନ୍ଦ୍ର ସରକାରଙ୍କ ବିରୋଧରେ ଲଢେଇ କରି ସହିଦ ହୋଇଥିବା 33 ଜଣ ଚାଷୀଙ୍କ ଆତ୍ମାର ସଦଗତି ନିମନ୍ତେ ମଙ୍ଗଳବାର ବରଗଡ କଂଗ୍ରେସ ପକ୍ଷରୁ ନୀରବ ପ୍ରାର୍ଥନା କରାଯିବା ସହିତ ଶ୍ରାଦ୍ଧଞ୍ଜଳି ଜ୍ଞାପନ କରାଯାଇଛି। ଗାନ୍ଧୀ ଛକ ଠାରେ ଦଳ ପକ୍ଷରୁ ଏହି ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିବା ବେଳେ, ବହୁ କଂଗ୍ରେସ ନେତା ଏହି ସଭାରେ ଯୋଗଦାନ କରିଥିଲେ।
ଦିଲ୍ଲୀରେ ପ୍ରାଣ ହରାଇଥିବା 33 ଚାଷୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା କଂଗ୍ରେସ
ନୂଆ କୃଷକ ଆଇନକୁ ବିରୋଧ କରି ଆନ୍ଦୋଳନ କରୁଥିବା ଚାଷୀଙ୍କ ମଧ୍ୟରୁ ମୃତ୍ୟୁବରଣ କରିଥିବା ଚାଷୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛି ବରଗଡ ଜିଲ୍ଲା କଂଗ୍ରେସ। ଅଧିକ ପଢନ୍ତୁ...
ବରଗଡରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଦିଲ୍ଲୀରେ ପ୍ରାଣହରାଇଥିବା 33 ଚାଷୀଙ୍କୁ ଶ୍ରଦ୍ଧାଞ୍ଜଳି
ବିଜେପି ସରକାର ଚାଷୀ ମାରଣ ନୀତି କରୁଥିବା ବେଳେ, ଚାଷୀଙ୍କ ଏତେ ଆନ୍ଦୋଳନ ସତ୍ତ୍ବେ ନିଜର ଜିଦରେ ଅଡି ରହିବାକୁ ନିନ୍ଦା କରିଛି କଂଗ୍ରେସ । ତେବେ ଦଳର ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ସଭାପତି ନିହାର ରଞ୍ଜନ ମହାନନ୍ଦ, ନିପନ ଦାସ, ପ୍ରଦୀପ ଦେବତାଙ୍କ ସହ ଜିଲ୍ଲା ଯୁବ ନେତା ପ୍ରମୁଖ ଯୋଗ ଦେଇଥିଲେ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ