ବରଗଡ :ଦିଲ୍ଲୀରେ ଉପମୁଖ୍ୟମନ୍ତ୍ରୀ ତଥା ଶିକ୍ଷା ମନ୍ତ୍ରୀ ମନୀଷ ସିସୋଦିଆଙ୍କ ଗିରଫକୁ ନେଇ ବରଗଡ ଆମ୍ ଆଦମୀ ପାର୍ଟି ପକ୍ଷରୁ ତୀବ୍ର ବିରୋଧ । ଆଜି ସ୍ଥାନୀୟ ଗାନ୍ଧୀଛକ ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ବରଗଡ ସହର ବ୍ୟତୀତ ବରଗଡ ଜିଲ୍ଲାର ଅତାବିରା ଓ ପଦ୍ମପୁର ରେ ମଧ୍ୟ ଆମ ଆଦମୀ ଦଳର ପ୍ରତିବାଦ ଦେଖିବାକୁ ମିଳିଛି । ତେବେ ବରଗଡ ସହରରେ ଆମ ଆଦମୀ ଦଳ ପକ୍ଷରୁ ଏକ ରେଲି କରାଯାଇ କେନ୍ଦ୍ରରେ ବିଜେପି ଦଳର କାରନାମା ବିରୋଧରେ ନାରାବାଜି କରାଯାଇଥିଲା । ଏଥିସହ ସ୍ଥାନୀୟ ଗାନ୍ଧୀ ଛକ ଠାରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା ।
ତେବେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ତଥା ଶିକ୍ଷାମନ୍ତ୍ରୀ ମନୀଷ ସିସୋଦିଆ ଙ୍କୁ ସିବିଆଇ ଗିରଫ କରିବା ଘଟଣା ର ବିରୋଧ ଏବେ ଦେଖିବାକୁ ମିଳିଛି । ଆମ୍ ଆଦମୀ ପାର୍ଟି ତରଫରୁ ଏହାକୁ ତୀବ୍ର ନିନ୍ଦା କରି ବରଗଡ଼ ଗାନ୍ଧୀ ଛକ ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି । ହିଣ୍ଡନବର୍ଗ ରିପୋର୍ଟ ଆସିଲା ପରେ ମୋଦୀ ଙ୍କ ପୁଞ୍ଜିପତି ମିତ୍ର ଗୌତମ ଅଦାନୀଙ୍କ ମହାଦୁର୍ନୀତି ସାମ୍ନା କୁ ଆସିଛି। ହେଲେ ତାହାକୁ ଚପେଇ ଦେବା ପାଇଁ ସିବିଆଇ ଦ୍ୱାରା ମନୀଷଙ୍କୁ ଗିରଫ କରାଯାଉଛି ବୋଲି ଆପ୍ ବରଗଡ଼ ଜିଲ୍ଲା ଆବାହକ ଭବାନୀ ସାହୁ ଅଭିଯୋଗ କରିଛନ୍ତି ।
ମନୀଷ ଜଣେ ସଚୋଟ ଲୋକ ହେବା ସହ ଜଣେ ସଫଳ ଶିକ୍ଷା ମନ୍ତ୍ରୀ । ତେଣୁ ତୁରନ୍ତ ତାଙ୍କୁ ରିହା କରାଯାଉ ବୋଲି ଆମ ଆଦମୀ ଦଳ ପକ୍ଷରୁ ଦାବି କରାଯାଇଛି । ଆମ ଆଦମୀ ଦଳର ଆଜିର ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ରାଜ୍ୟ ସମ୍ପାଦକ ଅମିତାଭ ପାତ୍ର, ସ୍ୱରୂପ ଭୋଇ, ମହିଳା ସଭାପତି ମରିୟମ ବାର୍ଳା, ଯୁବ ସଭାପତି ଅବିନାଶ ବାଗ, ସରୋଜ ସାଗର, ଅସିତ ସାହୁ, ମିଳୁ ନାଗ, ଗୁଳାପୀ ସୁନା , ଜୟକ୍ରିଷ୍ଣା ଛୁରିଆ, ଯଦୁମଣି ପ୍ରଧାନ, ନରୋତ୍ତମ ପଣ୍ଡା, ଭରତ ମହାନନ୍ଦ, ସୁବଳ କହଁର ଉପସ୍ଥିତ ରହିଥିଲେ |
ଏନେଇ ଆମ ଆଦମୀ ପାର୍ଟିର ଭବାନୀ ସାହୁ କହିଛନ୍ତି, ଆଜି ଆମେ ଆନ୍ଦୋଳନ କରିବା ସହ ନରେନ୍ଦ୍ର ମୋଦି ଙ୍କ କୁଶପୁତ୍ତଳିକା ଦାହ କରିଛୁ। ଗତକାଲି ରାତିରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ତଥା ଶିକ୍ଷା ମନ୍ତ୍ରୀ ମନୀଷ ସିଶୋଦିଆ ଙ୍କୁ ସିବିଆଇ ଗିରଫ କରିଛି। ଗୌତମ ଅଦାନୀଙ୍କ ମହାଦୁର୍ନୀତି ସାମ୍ନାକୁ ନ ଆସିବା ନେଇ ସିଶୋଦିଆ ଙ୍କୁ ବେଆଇନ ଭାବରେ ଗିରଫ କରାଯାଇଛି । ଏନେଇ ଆମେ ଆନ୍ଦୋଳନ କରିବା ସହ ତାଙ୍କୁ ତୁରନ୍ତ ଛାଡିଦେବାକୁ ଦାବୀ କରିଛୁ।
ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀଙ୍କୁ ଗିରଫ ପ୍ରତିବାଦରେ ପ୍ରଧାନମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ - ମନୀଷ ସିଶୋଦିଆଙ୍କ ଗିରଫ
ଗାନ୍ଧୀଛକ ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କୁଶ ପୁତ୍ତଳିକା ଦାହ। ଦିଲ୍ଲୀରେ ଉପମୁଖ୍ୟମନ୍ତ୍ରୀ ତଥା ଶିକ୍ଷାମନ୍ତ୍ରୀ ମନୀଷ ସିସୋଦିଆ ଙ୍କ ଗିରଫକୁ ନେଇ ବରଗଡ ଆମ୍ ଆଦମୀ ପାର୍ଟି ପକ୍ଷରୁ ତୀବ୍ର ବିରୋଧ । ଅଧିକ ପଢନ୍ତୁ
baragarh Aam Aadmi Party protest
ଇଟିଭି ଭାରତ, ବରଗଡ