ବରଗଡ଼: ଭେଡେନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ପୃଷ୍ଟି ସାଧନା କେନ୍ଦ୍ର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରକୁ ବିରୋଧ । ଭେଡେନ ବ୍ଲକ ବିଜେପି ପକ୍ଷରୁ ଏହାକୁ ତୀବ୍ର ବିରୋଧ କରାଯାଇଛି ।
ଗୁରୁବାର ଏନେଇ ଏକ ଦାବିପତ୍ର ବିଜେପି ପକ୍ଷରୁ ଭେଡେନ ସିଏଚସି ଅଧିକାରୀଙ୍କୁ ପ୍ରଦାନ କରାଯାଇଛି ।
ଭେଡେନ ବ୍ଲକର ପୃଷ୍ଟି ସାଧନା କେନ୍ଦ୍ରର ସ୍ଥାନାନ୍ତରଣକୁ ବିଜେପିର ବିରୋଧ ଏହି ସାଧନା କେନ୍ଦ୍ରକୁ ଜିଲ୍ଲାର ଅନେକ ବ୍ଲକରୁ ରୋଗୀମାନେ ଆସି ଚିକିତ୍ସିତ ହେଉଥିବା ବେଳେ କାହିଁକି ଏହାକୁ ସ୍ଥାନାନ୍ତରିତ କରାଯାଉଛି ବୋଲି ଦଳ ପ୍ରଶ୍ନ କରିଛି । ଏଥିସହ ଦାବିପୂରଣ ନହଲେ, ଆଗାମୀ ଦିନରେ ବଡ ଧରଣର ଆନ୍ଦୋଳନ ହେବ ବୋଲି ବିଜେପି ସାଂସଦ ପ୍ରତିନିଧି ଯଶୋବନ୍ତ ସେଠ ଚେତାବନୀ ଦେଇଛନ୍ତି ।
୨୦୧୩ ମସିହାରେ ଭେଡେନ ଠାରେ ଏହି ପୃଷ୍ଟି ସାଧନ କେନ୍ଦ୍ର ସ୍ଥାପନ ହୋଇଥିଲା । ଏହା ଦୀର୍ଘ 7 ବର୍ଷ ଧରି ଏଠାରେ କାର୍ଯ୍ୟକାରୀ ହେବାପରେ ହଠାତ କାହିଁକି ଓ କେଉଁ କାରଣରୁ ଆଜି ଏହି କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଉଛି ବୋଲି ବିରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା ।
ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ