ବରଗଡ: ବିର୍ସାମୁଣ୍ଡା ଜୟନ୍ତୀ ଏବଂ ସମ୍ବିଧାନ ଦିବସ ଉପଲକ୍ଷେ ବରଗଡରେ ମିଳିତ ସାମାଜିକ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ସ୍ଥାନୀୟ କଲ୍ୟାଣ ମଣ୍ଡପରୁ ପାରମ୍ପରିକ ନାଚ ଓ ବାଦ୍ୟ ଶହ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରାଯାଇଥିଲା । ଏହା ପରେ ସ୍ଥାନୀୟ ସୌଖୀନ ରଙ୍ଗ ମଞ୍ଚ ଠାରେ ଶୋଭାଯାତ୍ରା ପହଞ୍ଚି ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।
ବରଗଡରେ ବିର୍ସାମୁଣ୍ଡା ଜୟନ୍ତୀ ଏବଂ ସମ୍ବିଧାନ ଦିବସ ପାଳିତ - ବିର୍ସାମୁଣ୍ଡା ଜୟନ୍ତୀ
ବରଗଡରେ ବିର୍ସାମୁଣ୍ଡା ଜୟନ୍ତୀ ଏବଂ ସମ୍ବିଧାନ ଦିବସ ପାଳିତ । ଭାରତୀୟ ସମ୍ବିଧାନ ଦିବସର ମହତ୍ତ୍ବ ଏବଂ ଦେଶର ସାମାଜିକ ବିପ୍ଳବର ପ୍ରେରଣା ସାଜିଥିବା ବୀର ବିର୍ସା ମୁଣ୍ଡା ଓ ବାବା ସାହେବ ଆମ୍ବେଦକରଙ୍କ ଜୀବନ ଆଦର୍ଶରୁ ପ୍ରେରଣା ନେବା ପାଇଁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।
ଭାରତୀୟ ସମ୍ବିଧାନ ଦିବସର ମହତ୍ତ୍ବ ଏବଂ ଦେଶର ସାମାଜିକ ବିପ୍ଳବର ପ୍ରେରଣା ସାଜିଥିବା ବୀର ବିର୍ସା ମୁଣ୍ଡା ଓ ବାବା ସାହେବ ଆମ୍ବେଦକରଙ୍କ ଜୀବନ ଆଦର୍ଶରୁ ପ୍ରେରଣା ନେବା ପାଇଁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ପଛୁଆ ବର୍ଗର ବହୁ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କୁ ଅତିଥି ରୂପେ ନିମନ୍ତ୍ରିତ କରାଯାଇଥିଲା । ଜଙ୍ଗଲ ଜମି ଉପରେ ଆଦିବାସୀ ଓ ପଛୁଆ ବର୍ଗ ଲୋକଙ୍କ ଯେଉଁ ଅଧିକାର ରହିଥିଲା ସେହି ଅଧିକାରକୁ ଇଂରେଜ ସରକାର ସେମାନଙ୍କ ଠାରୁ ଅଧିକାର ଛଡେଇ ନେଇଥିଲେ । ଯାହାକୁ ବିର୍ସା ମୁଣ୍ଡା ବିରୋଧ କରିଥିଲେ । ନିଜ ଅଧିକାର ପାଇଁ ଇଂରେଜ ମାନଙ୍କ ବିରୁଦ୍ଧରେ ଲଢେଇ କରି ଦେଶ ପାଇଁ ସହିଦ ହୋଇଥିଲେ । ତେବେ ତାଙ୍କର ବଳିଦାନକୁ ମନେରଖିବା ପାଇଁ ବିର୍ସା ମୁଣ୍ଡା ଜୟନ୍ତୀ ପାଳନ କରିବା ସହିତ ସମ୍ବିଧାନ ଦିବସ ଭାବେ ରବିବାର ପାଳନ କରାଯାଇଛି । ସେହିପରି 1950 ନଭେମ୍ବର 26 ତାରିଖରେ ଭାରତରେ ବାବା ସାହେବ ଆମ୍ବେଦକରଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା ନୂତନ ସମ୍ବିଧାନକୁ ସ୍ବୀକୃତି ଦିଆଯାଇଥିଲା ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ