ବରଗଡ:ଆଜି ଅତାବିରା NAC ନିର୍ବାଚନ ଫଳାଫଳ ପ୍ରକାଶ ପାଇବ । ଏ ନେଇ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଛି । ସକାଳ 8ଟାରୁ ବ୍ଲକ ଅଫିସଠାରେ ଭୋଟ ଗଣତି ଜାରି ରହିଛି । 8 ଗୋଟି ରାଉଣ୍ଡରେ 16 ଗୋଟି ବୁଥର ଭୋଟ ଗଣତି ଚାଲିଛି । ଗୋଟିଏ ରାଉଣ୍ଡରେ ଦୁଇ ଗୋଟି ବୁଥର ୱାର୍ଡ ମେମ୍ବର ଓ ଅଧ୍ୟକ୍ଷ ପାଇଁ ହୋଇଥିବା ମତଦାନର EVM ମେସିନ ଗୁଡିକର ଗଣତି ଚାଲିଛି । ତେବେ ପ୍ରଥମେ ୱାର୍ଡ ନମ୍ବର 1 ଓ ୱାର୍ଡ ନମ୍ବର 2ର EVM ଗୁଡିକର ଗଣତି ଚାଲିଥିବା ବେଳେ ୱାର୍ଡ ନମ୍ବର 1ର କଂଗ୍ରେସ ସମର୍ଥିତ ୱାର୍ଡ ମେମ୍ବର ଅଧିକ ଭୋଟରେ ଆଗୁଆ ରହିଥିବା ଜଣାପଡିଛି । ଭୋଟ ଗଣତି ପାଇଁ କଡା ସୁରକ୍ଷା ବ୍ୟବସ୍ଥା ହୋଇଛି ।
ଆଜି ବ୍ଲକ ଅଫିସ ଠାରେ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ପ୍ରଥମ ରାଉଣ୍ଡରେ 1 ନମ୍ବର ୱାର୍ଡର କଂଗ୍ରେସ ସମର୍ଥିତ ୱାର୍ଡ ମେମ୍ବର ପ୍ରାର୍ଥୀ ଦୀପକ ରାୟ ବିଜୟୀ ହୋଇଛନ୍ତି । ସେହିପରି 2 ନମ୍ବର ୱାର୍ଡର ବିଜେଡି ସମର୍ଥିତ ୱାର୍ଡ ମେମ୍ବର ପ୍ରାର୍ଥୀ ଶିବାନନ୍ଦ ତ୍ରିପାଠୀ ବିଜୟୀ ହୋଇଛନ୍ତି । କଡା ସୁରକ୍ଷା ବ୍ୟବସ୍ଥା ଭିତରେ ଗଣତି ଜାରି ରହିଛି । ଗତ ଏପ୍ରିଲ 3 ତାରିଖରେ ଏନଏସି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଅତାବିରା NACରେ ସମୁଦାୟ 13 ହଜାର 520 ଭୋଟର ରହିଥିବା ବେଳେ 10 ହଜାର 49 ଜଣ ଭୋଟର ଭୋଟ ଦେଇଥିଲେ । ମହିଳା ଭୋଟର ସଂଖ୍ୟା 6777 ରହିଥିବା ବେଳେ 4964 ମହିଳା ଭୋଟର ମତଦାନ ସାବ୍ୟସ୍ତ କରିଥିଲେ । ସେହିପରି ପୁରୁଷ ଭୋଟର ସଂଖ୍ୟା 6743 ରହିଥିବା ବେଳେ 5085 ଭୋଟର ଭୋଟ ଦେଇଥିଲେ । ତେବେ ଭାଲୁପାଳିସ୍ଥିତ ବୁଥ ନମ୍ବର 3ରେ ସର୍ବାଧିକ 84.99 % ମତଦାନ ହୋଇଥିବା ବେଳେ 8 ନମ୍ବର ବୁଥରେ ସର୍ବନିମ୍ନ 59.56 % ମତଦାନ ହୋଇଥିଲା ।