ଓଡିଶା

odisha

ETV Bharat / state

NAC Poll: ଶେଷ ହେଲା ଅତାବିରା ଏନଏସି ନିର୍ବାଚନ, 74.33 ପ୍ରତିଶତ ମତଦାନ - ଶେଷ ହେଲା ଅତାବିରା ଏନଏସି ନିର୍ବାଚନ

ଅତାବିରା ଏନଏସି ନିର୍ବାଚନ ପାଇଁ ଶେଷ ହୋଇଛି ମତଦାନ ପ୍ରକ୍ରିୟା । 74.33 ପ୍ରତିଶତ ମତଦାନ ହୋଇଥିବା ନେଇ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ଅଧିକ ପଢନ୍ତୁ

attabira nac election
attabira nac election

By

Published : Apr 4, 2023, 7:00 AM IST

attabira nac election

ବରଗଡ:ଶାନ୍ତିଶୃଙ୍ଖଳା ସହ ଶେଷ ହୋଇଛି ଅତାବିରା ଏନଏସି ନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା । ଅତାବିରା ଏନଏସିର 16 ଗୋଟି ବୁଥରେ ସମୁଦାୟ 74.33 ପ୍ରତିଶତ ମତଦାନ ହୋଇଥିବା ନେଇ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ସକାଳ 8 ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା 5 ଟାରେ ଶେଷ ହୋଇଥିଲା । 10 ଗୋଟି ସ୍ଥାନରେ ମତଦାନ ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ 16 ଗୋଟି ବୁଥ ରହିଥିଲା ।

ଏହା ମଧ୍ୟ ପଢନ୍ତୁ-Attabira NAC election: ଚାଲିଛି ଭୋଟିଂ, ମତଦାନକୁ ନେଇ ଉତ୍ସାହିତ ନୂତନ ଭୋଟର

ଅତାବିରା ଏନଏସିରେ ମୋଟ 13 ହଜାର 520 ଭୋଟର ରହିଥିବା ବେଳେ ସେଥି ମଧ୍ୟରୁ 10 ହଜାର 49 ଜଣ ଭୋଟର ନିଜ ମତ ସାବ୍ୟସ୍ତ କରିଥିଲେ । ମହିଳା ଭୋଟର ସଂଖ୍ୟା 6777 ରହିଥିବା ବେଳେ ସେମାନଙ୍କ ମଧ୍ୟରୁ 4964 ମହିଳା ଭୋଟର ମତଦାନ କରିଥିଲେ । ସେହିପରି ପୁରୁଷ ଭୋଟର ସଂଖ୍ୟା 6743 ରହିଥିବା ବେଳେ ସେଥି ମଧ୍ୟରୁ 5085 ଜଣ ମତ ସାବ୍ୟସ୍ତ କରିଥିଲେ। ତେବେ ଭାଲୁପାଳି ସ୍ଥିତ ବୁଥ ନମ୍ବର 3 ରେ ସର୍ବାଧିକ 84.99 % ମତଦାନ ହୋଇଥିବା ବେଳେ 8 ନମ୍ବର ବୁଥରେ ସର୍ବନିମ୍ନ 59.56 % ମତଦାନ ହୋଇଛି।

ଏହା ମଧ୍ୟ ପଢନ୍ତୁ-Hindol NAC Election: ସରିଲା ମତଦାନ, EVMରେ କଏଦ ପ୍ରର୍ଥୀଙ୍କ ଭାଗ୍ୟ

ଶାନ୍ତି ଶୃଙ୍ଖଳା ସହ ମତଦାନ ପ୍ରକ୍ରିୟା ସମାପନ ହୋଇଥିଲେ ମଧ୍ୟ 6 ନମ୍ବର ୱାର୍ଡରେ ବିଜେପି ଓ ବିଜେଡି ଦଳର କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହି ମାମଲା ପରବର୍ତ୍ତୀ ସମୟରେ ଅତାବିରା ଥାନାରେ ପହଞ୍ଚିଥିଲା । ଉଭୟ ଗୋଷ୍ଠୀ ଥାନାରେ ପହଞ୍ଚିଥିଲେ ଏବଂ କିଛି ସମୟ ଧରି ଉତ୍ତେଜନା ଲାଗିରହିଥିଲା । ସନ୍ଧ୍ୟା 5ଟାରେ ମତଦାନ ଶେଷ ହୋଇଥିଲା ଏବଂ ଇଭିଏମରେ ସମସ୍ତ ପ୍ରାର୍ଥୀଙ୍କ ଭାଗ୍ୟ ସିଲ ହୋଇଥିଲା । ଆସନ୍ତାକାଲି(ବୁଧବାର) ଅତାବିରା ବ୍ଲକ ଅଫିସ ଠାରେ ଭୋଟ ଗଣତି ପ୍ରକ୍ରିୟା ସକାଳ 9 ଟାରୁ ଆରମ୍ଭ ହେବ। ଗୋଟିଏ ରାଉଣ୍ଡରେ 2 ଟି ଲେଖାଏଁ ବୁଥର ଭୋଟ ଗଣତି କରାଯିବ ଏବଂ 8 ଟି ରାଉଣ୍ଡରେ ସମୁଦାୟ 16 ଗୋଟି ବୁଥର ଫଳାଫଳ ଆସିଯିବ । ତେବେ ଅତାବିରା ଏନଏସି ନିର୍ବାଚନରେ ଅଧ୍ୟକ୍ଷ ପଦ କେଉଁ ଦଳ ଅକ୍ତିଆର କରୁଛି ତାହା ଆସନ୍ତା 5 ତାରିଖରେ ହେବାକୁ ଥିବା ନିର୍ବାଚନ ଫଳାଫଳ ପରେ ହିଁ ଜଣାପଡିବ।

ଇଟିଭି ଭାରତ, ବରଗଡ

ABOUT THE AUTHOR

...view details