ଓଡିଶା

odisha

NAC Polls: ଅତାବିରା ଏନଏସି ନିର୍ବାଚନରେ ବାଜି ମାରିଲା ବିଜେଡି, 11ଟି ୱାର୍ଡରେ ବିଜୟୀ

By

Published : Apr 5, 2023, 1:47 PM IST

Updated : Apr 5, 2023, 1:53 PM IST

ଅତାବିରା ଏନଏସି ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ପୁଣି ବାଜି ମାରି ନେଇଛି ବିଜେଡି । ମୋଟ 12ଟି ୱାର୍ଡରୁ 11ଟି ୱାର୍ଡରେ ବିଜୟ ହାସଲ କରିଛି ବିଜେଡ଼ି । ଅଧିକ ପଢନ୍ତୁ

attabira nac election result
ଅତାବିରା ଏନଏସି ନିର୍ବାଚନ

ଅତାବିରା ଏନଏସି ନିର୍ବାଚନ

ବରଗଡ: ଅତାବିରା NAC ନିର୍ବାଚନର ଫଳାଫଳ ଘୋଷଣା ହୋଇଛି । ପୁଣି ଅତାବିରା ବିଜ୍ଞାପିତ ପରିଷଦ ଦଖଲ କଲା ବିଜେଡି । 12ଟି ୱାର୍ଡରୁ 11ଟି ୱାର୍ଡରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଅଧ୍ୟକ୍ଷ ପଦ ସହ 11ଟି ୱାର୍ଡରେ ବିଜେଡି ପ୍ରାର୍ଥୀ ବାଜି ମାରି ନେଇଛନ୍ତି । ଗୋଟିଏ ୱାର୍ଡରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । 6565 ଭୋଟରେ ବିଜେଡି ଅଧ୍ୟକ୍ଷ ପ୍ରାର୍ଥୀ ବନମାଳୀ ବରିହା ବାଜିମାତ୍ କରିଛନ୍ତି ।

ଅତାବିରା NAC ନିର୍ବାଚନରେ ବିଜେଡି ଦଳର ବିଜୟ ହୋଇଛି । ଅତାବିରା NACର 12 ଗୋଟି ୱାର୍ଡରୁ ମାତ୍ର ଗୋଟେ ୱାର୍ଡ଼ରେ କଂଗ୍ରେସ ସମର୍ଥିତ ୱାର୍ଡ଼ ମେମ୍ବର ପ୍ରାର୍ଥୀ ବିଜୟ ହୋଇଥିବା ବେଲେ ଅନ୍ୟ 11 ଗୋଟି ୱାର୍ଡରେ ବିଜେଡ଼ି ସମର୍ଥିତ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଅତାବିରା ୱାର୍ଡ ନମ୍ବର 1ରେ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ଦୀପକ ରାୟ 18 ଭୋଟରେ ବିଜୟୀ ହୋଇଛନ୍ତି । ୱାର୍ଡ ନମ୍ବର 2ରେ ବିଜେଡି ସମର୍ଥିତ ପ୍ରାର୍ଥୀ ସିବାନନ୍ଦ ତ୍ରିପାଠୀ 221 ଅଧିକ ଭୋଟରେ ବିଜୟୀ ହୋଇଥିବାବେଳେ ୱାର୍ଡ ନମ୍ବର 3ରେ ବିଜେଡି ସମର୍ଥିତ ପ୍ରାର୍ଥୀ ନେପାଳ ପ୍ରଧାନ 348 ଅଧିକ ଭୋଟରେ ବିଜୟୀ ହୋଇଛନ୍ତି । ୱାର୍ଡ ନମ୍ବର 4ରେ ବିଜେଡି ସମର୍ଥିତ ପ୍ରାର୍ଥୀ ସବିତା ମଲ୍ଲିକ 536 ଅଧିକ ଭୋଟରେ ବିଜୟୀ ହୋଇଥିବାବେଳେ ୱାର୍ଡ ନମ୍ବର 5ରେ ବିଜେଡି ପ୍ରାର୍ଥୀ ରାଜୀବ କହରା 483 ଅଧିକ ଭୋଟରେ ବିଜୟୀ ହୋଇଛନ୍ତି ।

ସେହିପରି ୱାର୍ଡ ନମ୍ବର 6ରେ ବିଜେଡି ପ୍ରାର୍ଥୀ ପ୍ରମିଳା ପ୍ରଧାନ 277 ଅଧିକ ଭୋଟରେ, ୱାର୍ଡ ନମ୍ବର 7ରେ ବିଜେଡି ପ୍ରାର୍ଥୀ ବିଲୋସ ଜନପୁରୀ ବିଜୟୀ ହୋଇଥିବାବେଳେ ୱାର୍ଡ ନମ୍ବର 8 ଓ 9ରେ ଯଥାକ୍ରମେ ବିଜେଡି ପ୍ରାର୍ଥୀ ରେଣୁକା ପ୍ରଧାନ 145 ଅଧିକ ଭୋଟରେ ଓ ନାରାୟଣ ସାହୁ ବିଜୟୀ ହୋଇଛନ୍ତି । 10 ନମ୍ବର ୱାର୍ଡରେ ବିଜେଡିର ସୁରେଖା ବାଗ 314 ଅଧିକ ଭୋଟରେ ବାଜି ମାରି ନେଇଥିବାବେଳେ 11 ନମ୍ବର ୱାର୍ଡରେ ବିଜେଡିର ଅନୁସୁୟା ବିଶ୍ଵାଳ 53 ଅଧିକ ଭୋଟରେ ବିଜୟୀ ହୋଇଛନ୍ତି । ୱାର୍ଡ ନମ୍ବର 12 ରେ ବିଜେଡି ପ୍ରାର୍ଥୀ ଯମୁନା ଭୁଏ 313 ଅଧିକ ଭୋଟରେ ଜିତିଛନ୍ତି । ଅତାବିରା NAC ନିର୍ବାଚନରେ ଅଧ୍ୟକ୍ଷ ପଦ ପାଇଁ ବିଜେଡି ଦଳର ଅଧ୍ୟକ୍ଷ ପ୍ରାର୍ଥୀ ବନମାଳୀ ବରିହା ମଧ୍ୟ 4828 ଅଧିକ ଭୋଟରେ ବିଜୟୀ ହୋଇଛନ୍ତି । ବିଜେଡିର ବିଜୟୀ ପ୍ରାର୍ଥୀ ବନମାଳୀ ବରିହା ସମୁଦାୟ 6565 ଭୋଟ ପାଇଛନ୍ତି ।

ଏହା ବି ପଢନ୍ତୁ...Delivery Boy: ଡେଲିଭରି ବୟକୁ ଟ୍ୟାକ୍ସ ଫ୍ରି କଲେ ସରକାର, ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲା ଟିମ୍

ବନମାଳୀ ବରିହାଙ୍କ ପ୍ରତିଦ୍ବନ୍ଦୀ କଂଗ୍ରେସ ଦଳର ଅଧ୍ୟକ୍ଷ ପ୍ରାର୍ଥିନୀ ସବିତା ଭୁଏ ସମୁଦାୟ 1737 ଭୋଟ ପାଇଥବା ବେଳେ ବିଜେପିର ଅଧ୍ୟକ୍ଷ ପ୍ରାର୍ଥିନୀ ଲକ୍ଷ୍ମୀ ବେହେରା ମାତ୍ର 1572 ଭୋଟ ପାଇଛନ୍ତି । ଅତାବିରା ନିର୍ବାଚନ ଫଳାଫଳ ଘୋଷଣା ପରେ ଅତାବିରାରେ ବିଜେଡି ଦଳର ନେତା ଓ କର୍ମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଫଳାଫଳ ପ୍ରକାଶ ପରେ ବିଜେଡି କର୍ମୀ ବିଜୟ ଉତ୍ସବ ପାଳନ କରୁଛନ୍ତି । ସମସ୍ତ ଭୋଟରଙ୍କୁ ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଧନ୍ୟବାଦ ଜଣାଇଛନ୍ତି ।

ପ୍ରକାଶଥାଉ କି, ଏପ୍ରିଲ 3 ତାରଖରେ ଅତାବିରା ଏନଏସି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । 12ଟି ୱାର୍ଡ ପାଇଁ ଭୋଟ ଗ୍ରହଣ ହୋଇଥିଲା । ନିର୍ବାଚନରେ 74.33 ପ୍ରତିଶତ ମତଦାନ କରିଥିଲେ ଭୋଟର ।

ଇଟିଭି ଭାରତ, ବରଗଡ

Last Updated : Apr 5, 2023, 1:53 PM IST

ABOUT THE AUTHOR

...view details