ଓଡିଶା

odisha

ETV Bharat / state

ଅତାବିରା ବିଧାୟିକାଙ୍କ ବଦାନ୍ୟତା, ଶିଶୁର ଚିକିତ୍ସା କରାଇ ଦେଲେ ନୂଆ ଜୀବନ

ମାତ୍ର ବର୍ଷକର ଶିଶୁର ଅସ୍ତ୍ରୋପଚାର କରାଇ ଜୀବନ ରକ୍ଷା କରିଛନ୍ତି ଅତାବିରା ବିଧାୟିକା। ଆତ ମଞ୍ଜି ଗିଳିଦେଇଥିବା ଏକ ଶିଶୁର ଚିକିତ୍ସା କରାଇ ଶିଶୁକୁ ମୃତ୍ୟୁ ମୁଖରୁ ବଞ୍ଚାଇ ଚର୍ଚ୍ଚାରେ ସ୍ନେହାଙ୍ଗିନୀ ଛୁରିଆ । ଅଧିକ ପଢନ୍ତୁ...

ମହାନତା ଦେଖାଇଲେ ଅତାବିରା ବିଧାୟିକା
ମହାନତା ଦେଖାଇଲେ ଅତାବିରା ବିଧାୟିକା

By

Published : Dec 1, 2020, 9:22 AM IST

ବରଗଡ: ମହାନତା ଦେଖାଇଲେ ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ । ବର୍ଷକର ଶିଶୁର ଅସ୍ତ୍ରୋପଚାର କରାଇ ଜୀବନ ରକ୍ଷା କରିଛନ୍ତି ଅତାବିରା ବିଧାୟିକା। ଆତ ମଞ୍ଜି ଗିଳିଦେଇଥିବା ଏକ ଶିଶୁର ଚିକିତ୍ସା କରାଇ ଶିଶୁକୁ ମୃତ୍ୟୁ ମୁଖରୁ ଫେରାଇ ଆଣିଛନ୍ତି ବିଧାୟିକା ।

ମହାନତା ଦେଖାଇଲେ ଅତାବିରା ବିଧାୟିକା

ବରଗଡ ଜିଲ୍ଲା ଅତାବିରା ବ୍ଲକ ପରମାନପୁର ଆନ୍ଧ୍ରପଡାର ମନ୍ଦାକିନୀ ଏବଂ ଭରତ ଯାଦବଙ୍କ ଏକ ବର୍ଷର ଶିଶୁକନ୍ୟା ହେମଲତା ଆତ ଫଳର ମଞ୍ଜି ଗିଳି ଦେଇଥିଲା । ମଞ୍ଜି ଶିଶୁର ଫୁସଫୁସରେ ଅଟକି ଯାଇଯିବା ଫଳରେ ଶ୍ବାସକ୍ରିୟାରେ ବାଧା ଉପୁଜିଥିଲା ।

ବହୁ ଡାକ୍ତରଙ୍କ ନିକଟକୁ ଗଳା ପରେ ମଧ୍ୟ କୌଣସି ସୁଫଳ ମିଳି ନଥିଲା । ଡାକ୍ତରଖାନାରୁ ଡାକ୍ତରଖାନା ବୁଲି ନିରାଶ ହୋଇ ଘରେ ଜୀବନ ସହ ସଂଘର୍ଷ କରୁଥିବା ଝିଅଙ୍କ ଘରକୁ ଅତାବିରା ବିଧୟିକା ସ୍ନେହାଙ୍ଗିନୀ ଛୁରିଆ ପହଞ୍ଚି ଝିଅର ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବେ ବୋଲି ପ୍ରତିଶ୍ରୃତି ଦେଇଥିଲେ ।

ଏହାପରେ ଭୁବନେଶ୍ବର ଏକ ଘରୋଇ ହସ୍ପିଚାଲରେ କୁନି ଝିଅର ଅସ୍ତ୍ରୋପଚାର କରାଯାଇଥିଲା । ଏହି ସଫଳ ଅସ୍ତ୍ରୋପଚାର ପରେ ଝିଅ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛି, ହସୁଛି, ଖେଳୁଥିବା ଶିଶୁର ମା' କହିଛନ୍ତି । ସେପଟେ ସଫଳ ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲର ଡା. ରାଧାମାଧବ ସାହୁଙ୍କୁ ବିଧୟିକା ସ୍ନେହାଙ୍ଗିନୀ ଛୁରିଆ କୃତଜ୍ଞତା ଜଣାଇଥିବା ବେଳେ ଜିଲ୍ଲାରେ ପ୍ରସଂଶାର ପାତ୍ର ହୋଇଛନ୍ତି ବିଧାୟିକା ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details