ଓଡିଶା

odisha

By

Published : Dec 25, 2020, 6:18 PM IST

Updated : Dec 25, 2020, 7:00 PM IST

ETV Bharat / state

ଡାକ୍ତରୀ ଛାତ୍ର ହେଲେ ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ

ଜୟ କିଶୋର ପ୍ରଧାନଙ୍କ ଘର ବରଗଡର ଅତାବିରାରେ । ସେ ସର୍ବଭାରତୀୟ ମେଡିକାଲ ନିଟ ପରୀକ୍ଷାରେ ଉର୍ତ୍ତୀଣ୍ଣ ହୋଇ ଗତ ବୁଧବାର ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ବିଶ୍ବବିଦ୍ୟାଳୟ ଏବଂ ଟେକ୍ନୋଲୋଜିରେ ଜଣେ ଡାକ୍ତରୀ ଛାତ୍ର ଭାବେ ନାମ ଲେଖାଇଛନ୍ତି ।

medical student
ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ହେଲେ ଡାକ୍ତରୀ ଛାତ୍ର

ବରଗଡ: କୁହାଯାଏ ଶିକ୍ଷା ପାଇଁ ବୟସ ମାପକାଠି ନୁହେଁ । ଯଦି ମନରେ ଅଦମ୍ୟ ଇଚ୍ଛାଶକ୍ତି ଅଛି, ତେବେ ସଫଳତା ରାସ୍ତାରେ ବୟସ କେବେ ବି ବାଧକ ସାଜି ପାରେନା । ଯାହାକୁ ପ୍ରମାଣ କରି ଦେଖାଇଛନ୍ତି ଜଣେ ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ଜୟ କିଶୋର ପ୍ରଧାନ । ଯିଏ 64 ବର୍ଷ ବୟସରେ ମଧ୍ୟ ନିଟ୍ ପରୀକ୍ଷାରେ ଉର୍ତ୍ତୀଣ୍ଣ ହୋଇଛନ୍ତି ।

ଜୟ କିଶୋର ପ୍ରଧାନଙ୍କ ଘର ବରଗଡର ଅତାବିରାରେ । ସେ ସର୍ବଭାରତୀୟ ମେଡିକାଲ ନିଟ ପରୀକ୍ଷାରେ ଉର୍ତ୍ତୀଣ୍ଣ ହୋଇ ଗତ ବୁଧବାର ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ବିଶ୍ବବିଦ୍ୟାଳୟ ଏବଂ ଟେକ୍ନୋଲୋଜିରେ ଜଣେ ଡାକ୍ତରୀ ଛାତ୍ର ଭାବେ ନାମ ଲେଖାଇଛନ୍ତି । ଯାହା ଏବେ ଅନ୍ୟମାନଙ୍କ ପାଇଁ ବଡ ଉଦାହରଣ ।

ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ହେଲେ ଡାକ୍ତରୀ ଛାତ୍ର

ଗତ ସେପ୍ଟେମ୍ବରରେ ଅନୁଷ୍ଠିତ ହୋଇଥିବା ନିଟ ପରୀକ୍ଷାରେ ଅତାବିରାର ୱାର୍ଡ-୨ ନିବାସୀ ପ୍ରଧାନ ପରୀକ୍ଷା ଦେଇଥିଲେ। ଭଲ ର୍ୟାଙ୍କ ପାଇବା ପରେ ସେ ବୀର ସୁରେନ୍ଦ୍ର ସାଇ ୟୁନିଭରସିଟି ଅଫ୍ ଟେକ୍ନୋଲୋଜିରେ ଭିନ୍ନକ୍ଷମ ସଂରକ୍ଷଣ ବର୍ଗରେ ଆଡମିଶନ ପାଇବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି।

1956 ମସିହାରେ ଜନ୍ମ ହୋଇଥିବା ପ୍ରଧାନ ପିଲାଟିବେଳୁ ଡାକ୍ତର ହେବାକୁ ସ୍ବପ୍ନ ଦେଖିଥିଲେ। ସେ ଛାତ୍ର ଜୀନରେ ପ୍ରଥମ ଥର ମେଡିକାଲ ପ୍ରବେଶିକା ପରୀକ୍ଷା ଦେଇଥିଲେ ମଧ୍ୟ ସଫଳ ହୋଇପାରି ନଥିଲେ। ସେବେଠାରୁ ସେ ଆଉ ଅଧିକ ଚେଷ୍ଟା କରିନଥିଲେ। ସେ ବିଜ୍ଞାନରେ ସ୍ନାତକ ହାସଲ କରିବା ପରେ, ବ୍ୟାଙ୍କରେ ଚାକିରୀ ପାଇଲେ ଏବଂ ଡାକ୍ତର ହେବାର ସ୍ବପ୍ନ ଭୂଲିଯାଇଥିଲେ ।

2016 ମସିହାରେ, ସେ ଏସବିଆଇ ମୁଖ୍ୟ ଶାଖାରୁ ଫିଲ୍ଡ ଅଫିସର ଭାବରେ ଅବସର ନେଇଥିଲେ। ଏହି ସମୟରେ, ତାଙ୍କ ଝିଅ ଡାକ୍ତରୀ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଦେଖି ତାଙ୍କ ମନରେ ମଧ୍ୟ ନିଜ ଅଧୁରା ସ୍ବପ୍ନକୁ ପୂରା କରିବାକୁ ନିଟ ପରୀକ୍ଷା ଦେବାକୁ ମନସ୍ତ କରିଥିଲେ ।

ଜଣେ 64 ବର୍ଷର ବ୍ୟକ୍ତି ଡାକ୍ତରୀ ଛାତ୍ର ହେବା ମେଡିକାଲ ଶିକ୍ଷା ଇତିହାସର ବିରଳ ଘଟଣା । ଏହି ବୟସରେ ମଧ୍ୟ ଜଣେ ଡାକ୍ତରୀ ଛାତ୍ର ଭାବେ ଆଡମିଶନ ପାଇବା ନିଶ୍ଚିତ ଭାବେ ଏକ ଉଦାହରଣ ବୋଲି ଭିମସାର ନିର୍ଦ୍ଦେଶକ ପ୍ରଫେସର ଲଲିତ ମେହେର କହିଛନ୍ତି।

ଅନ୍ୟପଟେ ପ୍ରଧାନଙ୍କ ଝିଅ ଏବେ ଦନ୍ତ ସର୍ଜର ଭାବେ ବିଡିଏସର ଦ୍ବିତୀୟ ବର୍ଷର ଛାତ୍ରୀ ଭାବେ ଛତିଶଗଡର ବିଲାସପୁରରେ ଅଧ୍ୟୟନ କରୁଛନ୍ତି । ତେବେ ନିଟ ପରୀକ୍ଷା ପାଇଁ ସର୍ବନିମ୍ନ ବୟସ ସୀମା 17 ବର୍ଷ ଥିବାବେଳେ କିନ୍ତୁ ଜାତୀୟ ସ୍ତରର ପ୍ରବେଶିକା ପରୀକ୍ଷା ପାଇଁ କୌଣସି ବୟସ ସୀମା ନାହିଁ । ଏବେ ବି ଏହି ମାମଲା ସୁପ୍ରିମକୋର୍ଟଙ୍କ ଅଧୀନରେ ଅଛି।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Last Updated : Dec 25, 2020, 7:00 PM IST

ABOUT THE AUTHOR

...view details