ବରଗଡ଼ :ଜିଲ୍ଲାପାଳ ଅଫିସ ଘେରିଲେ ଶତାଧିକ ଆଶାକର୍ମୀ । ଜିଲ୍ଲାର ଶତାଧିକ ଆଶାକର୍ମୀ ମାନେ ଶୁକ୍ରବାର 11 ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ବରଗଡ଼ ସହରରେ ସମସ୍ତ ଆଶାକର୍ମୀ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଧାରଣାରେ ବସିଥିଲେ।
ଦୀର୍ଘ 16 ବର୍ଷ ହେଲା 24 ଘଣ୍ଟା କାମ କରିଆସୁଥିଲେ ମଧ୍ୟ ଆଶାକର୍ମୀ ମାନଙ୍କର ଦରମା ମାତ୍ର 3500 ଟଙ୍କା ରହିଥିବା ବେଳେ ନାମମାତ୍ରକୁ ଇନସେଣ୍ଟିଭ ଦିଆଯାଉଛି । ଯାହା ପରିବାର ପୋଷଣ ପାଇଁ ସମୁଦ୍ରକୁ ଶଙ୍ଖେ ପରି ହେଉଛି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଆଶାକର୍ମୀଙ୍କୁ ଦେଉଥିବା ପାଉଣା ଖୁବ କମ ହେଉଥିବା ବେଳେ ମହାମାରୀ ସମୟରେ ଯେଉଁ ଭାବରେ ସଂକ୍ରମିତ ବ୍ୟକ୍ତିଙ୍କ ନିକଟକୁ ଯାଇ କାର୍ଯ୍ୟ କରିଥିଲେ ।