ବରଗଡ: ଭଟିଗାଁ ରେଳଲାଇନରୁ ମିଳିଛି ମୃତଦେହ । ମୃତକଙ୍କ ପରିଚୟ ମିଳିନଥିବା ବେଳେ ବୃଦ୍ଧଙ୍କ ବୟସ 60 ରୁ 65 ବର୍ଷ ହୋଇଥିବା ଅନୁମାନ କରାଯାଉଛି ।
ରେଳଧାରଣାରୁ ବୃଦ୍ଧଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର - railway line
ରେଳ ଲାଇନରୁ ଅଜଣା ବୃଦ୍ଧଙ୍କ ମୃତଦେହ ଉଦ୍ଧାର । ଆତ୍ମହତ୍ୟା ସନ୍ଦେହ କରୁଛି ବରଗଡ ପୋଲିସ ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ
ବଲାଙ୍ଗୀର ରେଳବାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି । ପ୍ରାଥମିକ ତଦନ୍ତରୁ ବୃଦ୍ଧ ଜଣକ କୌଣସି କାରଣରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ବଲାଙ୍ଗୀର ରେଳବାଇ ପୋଲିସ ପକ୍ଷରୁ ASI ବିଶିକେଶନ ସାହୁଙ୍କ ନେତୃତ୍ଵରେ ମୃତଦେହକୁ ମହାପରାୟଣ ଗାଡିରେ ବଲାଙ୍ଗୀର ନିଆଯାଇଛି ।
ତେବେ କେଉଁ କାରଣରୁ ବୃଦ୍ଧଙ୍କ ମୃତ୍ୟୁ ଘଟିଛି ଜଣାପଡି ନଥିଲେ ମଧ୍ୟ ଟ୍ରେନରେ କଟି ବୃଦ୍ଧଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ରେଳ ଧାରଣାର ଉଭୟ ପାର୍ଶ୍ବରେ ପଡିରହିଥିବା ଦେଖିବାକୁ ମିଳିଛି ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ
Last Updated : Jul 1, 2019, 8:35 PM IST