ବରଗଡ:ଆମ୍ବୁଲାନ୍ସ କର୍ମଚାରୀ ଦେଖାଇଲେ ମାନବିକତା । ଶୋଚନୀୟ ରାସ୍ତାରେ 1 କିଲୋମିଟର ପର୍ଯ୍ୟନ୍ତ ଖଟିଆରେ ରୋଗୀଙ୍କୁ ବୋହି ଆଣିଲେ ଆମ୍ବୁଲାନ୍ସ କର୍ମଚାରୀ । ଏପରି ଏକ ବିରଳ ଘଟଣା ଦେଖିବାକୁ ମିଳିଛି ଓଡିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ ଜିଲ୍ଲାରେ । ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ କାଂସଡା ପଞ୍ଚାୟତ ନୁହୁରିପଡା ଗ୍ରାମକୁ ରାସ୍ତା ନଥିବା ବେଳେ ରୋଗୀଙ୍କ ନିକଟକୁ ଆମ୍ବୁଲାନ୍ସ ଯାଇନପାରିବାରୁ ଖଟିଆରେ ରୋଗୀଙ୍କୁ ବୋହି ଆଣିଲେ ଆମ୍ବୁଲାନ୍ସ କର୍ମଚାରୀ ।
ଗାଁକୁ ନାହିଁ ରାସ୍ତା, ଗୁରୁତର ରୋଗୀଙ୍କୁ ଖଟିଆରେ ବୋହିଲେ ଆମ୍ବୁଲାନ୍ସ କର୍ମଚାରୀ
ଆମ୍ବୁଲାନ୍ସ କର୍ମଚାରୀ ଦେଖାଇଲେ ମାନବିକତା । ଶୋଚନୀୟ ରାସ୍ତାରେ 1 କିଲୋମିଟର ପର୍ଯ୍ୟନ୍ତ ଖଟିଆରେ ରୋଗୀଙ୍କୁ ବୋହି ଆଣିଲେ ଆମ୍ବୁଲାନ୍ସ କର୍ମଚାରୀ । ଅଧିକ ପଢନ୍ତୁ...
ବର୍ତ୍ତମାନ ମଧ୍ୟ ଏମିତି କିଛି ସ୍ଥାନ ରହି ଯାଇଛି ଯେଉଁ ସ୍ଥାନକୁ ଗମନାଗମନର ସୁବିଧା ହୋଇପାରିନାହିଁ , ଯାହା ଦ୍ଵାରା ଲୋକମାନେ ଯିବା ଆସିବାରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଭଲି ଏକ ଚିତ୍ର ଆସିଛି ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ କାଂସଡା ପଂଚାୟତରୁ । ନୁହୁରିପଡା ଗ୍ରାମର ସୁବାସିନି ପାଇକଙ୍କ ଦେହ ହଠାତ ଅସୁସ୍ଥ ହେବାରୁ ପରିବାର ଲୋକ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ଡାକ୍ତରଖାନାକୁ ନେବା ପାଇଁ ଆମ୍ବୁଲାନ୍ସ ଆସିଥିଲା ହେଲେ ରାସ୍ତାର ଅବସ୍ଥା ଅତି ଶୋଚନୀୟ ଥିବାରୁ ଆମ୍ବୁଲାନ୍ସ ଘର ପାଖକୁ ଯାଇପାରିନଥିଲା । ଫଳରେ ଆମ୍ବୁଲାନ୍ସ ଡ୍ରାଇଭର ଉଦ୍ଧବ ଷଣ୍ଡ, ଫାର୍ମାସିଷ୍ଟ ଗୋକୁଳାନ, ହେଲପର ସୁଶିଲ କୁମ୍ଭାର ରୋଗୀଣା ସୁବାସିନିଙ୍କୁ ପ୍ରାୟ ଏକ କିଲୋମିଟର ପର୍ଯ୍ୟନ୍ତ ଖଟିଆରେ ବୋହିକି ଆମ୍ବୁଲାନ୍ସ ପାଖକୁ ଆଣିଥିଲେ ଏବଂ ତାଙ୍କୁ ଡାକ୍ତରଖାନା ନେଇଥିଲେ।
ବରଗଡରୁ ରାଜେସ ସରାପ,ଇଟିଭି ଭାରତ
TAGGED:
bargarh latest news