ଓଡିଶା

odisha

ETV Bharat / state

ବରଗଡ କୋଭିଡ ହସ୍ପିଟାଲରେ ଚିକିତ୍ସା ଅବହେଳା ପ୍ରତିବାଦରେ ଆମରଣ ଅନଶନ - allegations-of-medical-negligence-at-bargarh

ବରଗଡ କୋଭିଡ ହସ୍ପିଟାଲରେ ରୋଗୀଙ୍କ ଚିକିତ୍ସାରେ ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

allegations-of-medical-negligence-at-bargarh-district-hospital
ବରଗଡ କୋଭିଡ ହସ୍ପିଟାଲରେ ଚିକିତ୍ସାର ଅବହେଳା ପ୍ରତିବାଦରେ ଆମରଣ ଅନଶନ

By

Published : May 18, 2021, 9:12 PM IST

ବରଗଡ଼: ବରଗଡ଼ ଗାନ୍ଧୀ ଛକ ଠାରେ ଆଜି(ମଙ୍ଗଳବାର) ସକାଳ ଆମରଣ ଅନଶନରେ ବସିଲେ ବରଗଡର ସଂକଳ୍ପ ପରିବାର ଏବଂ ପଶ୍ଚିମ ଓଡ଼ିଶା ଯୁବା ମଞ୍ଚର ସମସ୍ତ ସଦସ୍ୟ । ବରଗଡ କୋଭିଡ ହସ୍ପିଟାଲରେ ରୋଗୀଙ୍କ ଚିକିତ୍ସାରେ ହେଉଥିବା ଅବ୍ୟବସ୍ଥାକୁ ବିରୋଧ କରି ଏହି ଆମରଣ ଅନଶନ ଜାରି ରହିଥିବାବେଳେ ସମସ୍ତ ରାଜନୈତିକ ଦଳ ତଥା ଅନେକ ସମାଜସେବୀ ସଂଗଠନ ଏହାକୁ ସମର୍ଥନ ଜଣାଇ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି ।

ବରଗଡ କୋଭିଡ ହସ୍ପିଟାଲରେ ଚିକିତ୍ସାର ଅବହେଳା ପ୍ରତିବାଦରେ ଆମରଣ ଅନଶନ


କୋରୋନା ମହାମାରୀ ସମୟରେ ଗତବର୍ଷରୁ ସ୍ୱେଚ୍ଛାସେବୀ ସଂଗଠନ ସଂକଳ୍ପ ପରିବାର ଏବଂ ପଶ୍ଚିମ ଓଡିଶା ଯୁବା ମଞ୍ଚର ସଦସ୍ୟମାନେ ନିଜ ଜୀବନକୁ ବାଜିରେ ଲଗାଇ କୋରୋନା ସଂକ୍ରମିତଙ୍କୁ ସାହାଯ୍ୟ କରିବା ସହିତ କୋଭିଡ଼ ମୃତଦେହ ମଧ୍ୟ ସତ୍କାର କରିଆସୁଛନ୍ତି ।

ମାତ୍ର ଚଳିତ ବର୍ଷ କୋଭିଡ଼ର ଦ୍ଵିତୀୟ ଲହରୀରେ ବରଗଡ ଜିଲ୍ଲାର ସ୍ୱାସ୍ଥ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡି ପଡିଥିବାବେଳେ କୋଭିଡ଼ ହସ୍ପିଟାଲରେ ଚିକିତ୍ସାର ବ୍ୟାପକ ଅବହେଳା କାରଣରୁ ଜିଲ୍ଲାର ବହୁ ରୋଗୀଙ୍କ ମୃତ୍ୟୁ ହେଉଛି ।

ତେବେ କୋଭିଡ଼ ହସ୍ପିଟାଲର ପ୍ରମୁଖ ୧୦ଗୋଟି ସମସ୍ୟାର ସମାଧାନ ନିମନ୍ତେ ବରଗଡ଼ ଗାନ୍ଧିଛକ ଠାରେ ଆମରଣ ଅନଶନରେ ବସିଛନ୍ତି ଏହି ସ୍ୱେଚ୍ଛାସେବୀ ସଙ୍ଗଠନମାନେ । ତେଣୁ ଯେ ପର୍ଯ୍ୟନ୍ତ ଜିଲ୍ଲା ସମସ୍ୟାର ସମାଧାନ ନ ହେଉଛି, ସେ ପର୍ଯ୍ୟନ୍ତ ଏହି ଆମରଣ ଅନଶନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details