ବରଗଡ:ଦୁର୍ଘଟଣାର ଶିକାର ହେବା ପରେ ଜଙ୍ଗଲକୁ ଫେରିନପାରି ରାସ୍ତାକୁ ଆସିଲା ସମ୍ବର । ହେଲେ ଆହତ ସମ୍ବରକୁ ଚିକିତ୍ସା ପରିବର୍ତ୍ତେ ଜଗିରହିଲା ବନବିଭାଗ । ଏଭଳି ଏକ ଅଭିଯୋଗ ଆସିଛି ବରଗଡ ଜିଲ୍ଲାରୁ । ଦିନ ସାରା ଏହି ସମ୍ବରଟିକୁ ଆହତ ହୋଇ ପଡିଥିବା ଦେଖିଥିଲେ ମଧ୍ୟ ଜଙ୍ଗଲ ବିଭାଗ ଚିକିତ୍ସା ବ୍ୟବସ୍ଥା ନ କରାଇ ବନ କର୍ମଚାରୀ ଜଗିରହିଥିବା ଘଟଣାକୁ ନିନ୍ଦା କରିଛନ୍ତି ସ୍ଥାନୀୟ ଲୋକେ ।
ଆହତ ସମ୍ବରର ଚିକିତ୍ସାରେ ଅବହେଳା, ଅସନ୍ତୋଷ ପଶୁ ପ୍ରେମୀ - ଆହତ ସମ୍ବରକୁ ବନବିଭାଗର ଚିକିତ୍ସା ଅବହେଳା
ବରଗଡରେ ଆହତ ସମ୍ବରକୁ ଚିକିତ୍ସା ନକରି ଜଗି ରହିଲା ବନ ବିଭାଗ । ଏହି ଘଟଣାକୁ ନେଇ ଅସନ୍ତୋଷ ପଶୁ ପ୍ରେମୀ । ଅଧିକ ପଢନ୍ତୁ
ଆହତ ସମ୍ବରକୁ ବନବିଭାଗର ଚିକିତ୍ସା ଅବହେଳା
ଆହତ ସମ୍ବରକୁ ବନବିଭାଗର ଚିକିତ୍ସା ଅବହେଳା
ସୂଚନାଅନୁସାରେ, ଶୁକ୍ରବାର ପାଇକମାଳ ସ୍ଥିତ BSNL ଅଫିସ ନିକଟରେ ଏକ ସମ୍ବରକୁ ଆହତ ଅବସ୍ଥାରେ ପଡିଥିବାର ଲୋକେ ଦେଖି ସ୍ଥାନୀୟ ବନ ବିଭାଗକୁ ଖବର ଦେଇଥିଲେ । ଖବରପାଇ ବନ ବିଭାଗ କର୍ମଚାରୀମାନେ ଘଟଣା ସ୍ଥଳକୁ ପହଞ୍ଚିଥିଲେ କିନ୍ତୁ ଆହତ ସମ୍ବରଟିକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଚିକିତ୍ସା କରାଇନଥିଲେ । ପାଖ ପାଇକମାଳରେ ପଶୁ ଡାକ୍ତରଖାନା ରହିଥିଲେ ମଧ୍ୟ କୌଣସି ପଶୁ ଚିକିତ୍ସକ ଆସିନଥିବା ନେଇ ଅଭିଯୋଗ ହୋଇଛି । ଯାହାକୁ ନେଇ ସ୍ଥାନୀୟ ପଶୁପ୍ରେମୀ ବନ ବିଭାଗର ଏପରି କାର୍ଯ୍ୟକଳାପକୁ ନିନ୍ଦା କରିଛନ୍ତି ।
ଇଟିଭି ଭାରତ, ବରଗଡ