ଓଡିଶା

odisha

ETV Bharat / state

ସରିଛି ପ୍ରସ୍ତୁତି, ଅପେକ୍ଷା ନୂଆଁଖାଇକୁ - ସରିଛି ପ୍ରସ୍ତୁତି

ସରିଲାଣି ପ୍ରସ୍ତୁତି, ରାତି ପାହିଲେ ନୂଆଁଖାଇ । ଏନେଇ ଚଳଚଞ୍ଚଳ ହୋଇ ଉଠିଛି ବରଗଡ ଜିଲ୍ଲା । ଘର ଦ୍ବାର ଲିପାପୋଛା ଠାରୁ ଆରମ୍ଭ କରି କୁରେପତ୍ର ତୋଳିବାରେ ଲାଗିପଡିଥିଲେ ସଭିଏଁ । ସେପଟେ ଦୂରଦୂରାନ୍ତରେ ରହୁଥିବା ଲୋକଙ୍କ ଘର ବାହୁଡା ଯୋଗୁଁ ବହୁତ ଉତ୍ସାହିତ ଅଛନ୍ତି ଲୋକେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ଼

By

Published : Sep 2, 2019, 11:45 PM IST

ବରଗଡ଼: ସରିଛି ନୂଆଁଖାଇର ସମସ୍ତ ପ୍ରସ୍ତୁତି । ପଶ୍ଚିମ ଓଡ଼ିଶାର ମହାନ କୃଷିଭିତ୍ତିକ ପର୍ବ ନୂଆଁଖାଇକୁ ନେଇ ଗାଁ ଠାରୁ ସହର ବେଶ ଚଳଚଞ୍ଚଳ । ବରଗଡ଼ ଜିଲ୍ଲାରେ ମଧ୍ୟ ଏହି ପର୍ବକୁ ନେଇ ବେଶ ଉତ୍ସାହ ଦେଖିବାକୁ ମିଳିଛି । ଘର ଦ୍ବାର ଲିପାପୋଛା ଠାରୁ ଆରମ୍ଭ କରି କୁରେପତ୍ର ତୋଳିବାରେ ଲାଗିପଡିଥିଲେ ସଭିଏଁ । ଚାଷୀ ତାର ଉତ୍ପାଦିତ ଶସ୍ୟକୁ ଇଷ୍ଟଦେବୀକୁ ଅର୍ପଣ କରିବାକୁ ବ୍ୟଗ୍ର ହୋଇପଡିଛି ।

ମନ୍ଦିର ଓ ଘରଦ୍ବାର ସବୁଠି ସରିଛି ସଫାସୁତୁରା କାମ। ରାତି ପାହିଲେ ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥି। ନବାନ୍ନ ବା ନୂଆଁଖାଇ ଗଣପର୍ବ ପାଇଁ ବିଶେଷ କରି ଗୃହିଣୀ ଘର ସଜାଡ଼ିବାରେ ଲାଗିଛନ୍ତି। ନୂଆଁଖାଇକୁ ନେଇ ବେଶ ଉତ୍ସାହର ସହିତ ମହିଳା, ଘର ଲିପାପୋଛା ଠାରୁ ଆରମ୍ଭକରି ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ଼

ନୂଆଁଖାଇ ଯେହେତୁ ଏକ କୃଷିଭିତ୍ତିକ ପର୍ବ, ତେଣୁ ଚାଷୀ ପ୍ରଥମେ ତାର ଉତ୍ପାଦିତ ଶସ୍ୟକୁ ଇଷ୍ଟଦେବୀଙ୍କୁ ଅର୍ପଣ କରିବାର ପରମ୍ପରା ରହିଆସିଛି । ତେଣୁ ମୁଗ, ବିରି ଠାରୁ ଆରମ୍ଭ କରି ପନି ପରିବା ଏବଂ ବିଶେଷ କରି ନୂତନ ଧାନ ନିଜ ଇଷ୍ଟଦେବୀଙ୍କୁ ଅର୍ପଣ କରିବା ପରେ ପରିବାର ସମସ୍ତେ ନବାନ୍ନ ଗ୍ରହଣ କରିବାର ବିଧି ରହିଛି। ଅନ୍ୟପଟେ ଦୂରଦୂରାନ୍ତରେ ରହୁଥିବା ଲୋକଙ୍କ ନୂଆଁଖାଇରେ ଘର ବାହୁଡା ଯୋଗୁଁ ବହୁତ ଉତ୍ସାହିତ ଅଛନ୍ତି ସେମାନେ।


ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details